Latest Odisha News

BREAKING NEWS

ଆଇଆଇଟି ଗୌହାଟୀର ବୈଜ୍ଞାନିକ ପ୍ରସ୍ତୁତ କଲେ ପାଣିରୁ ତେଲକୁ ଶୋଷୁଥିବା କପଡା

ଗୌହାଟୀ: ଆଇଆଇଟି ଗୌହାଟୀର ଗବେଷକମାନେ ଏକ ସ୍ୱତନ୍ତ୍ର ପ୍ରକାରର କପଡା ପ୍ରସ୍ତୁତ କରିଛନ୍ତି । ଯାହା କି ପାଣି ବଦଳରେ କେବଳ ତେଲ ଶୋଷିପାରିବ । ଜଳ ପ୍ରଦୂଷଣ ରୋକିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ରସାୟନ ବିଜ୍ଞାନର ଆସୋସିଏଟ ପ୍ରଫେସର ଶ୍ୟାମ ପି ବିଶ୍ୱାସଙ୍କ ମତରେ ପେଟ୍ରୋଲିୟମ ହାଇଡ୍ରୋକାର୍ବନ ଇନ୍ଧନକୁ ନେବା ଆଣିବା କରିବାରେ ଏହା କିଛି ମାତ୍ରାରେ ନଷ୍ଟ ହୋଇଥାଏ । ଏହି କପଡା ଏହାକୁ ରୋକିବାରେ ସହାୟ ହେବ ।

ସେହିପରି ସମୂଦ୍ର କିମ୍ବା ନଦୀରେ ଟ୍ରାନ୍ସପୋର୍ଟେସନ ସମୟରେ ତେଲ ଲିକକୁ ମଧ୍ୟ ଏହା ରୋକିପାରିବ ବୋଲି କହିଛନ୍ତି । ଏହି ହାଇଡ୍ରୋଫୋବିକ କଟନ ଆଗାମୀ ଦିନରେ ବହୂଳ ମାତ୍ରାରେ ବ୍ୟବହାର ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.