Latest Odisha News

BREAKING NEWS

ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ, ୫ ଅଟକ

ସମ୍ବଲପୁର: ଜୁଆଡିଙ୍କ ନାକେଦମ କରିଛି ସମ୍ବଲପୁର ପୋଲିସ । ଜିଲ୍ଲାରେ ପ୍ରତିଦିନ ଜାରି ରହିଛି ଅତର୍କିତ ଚଢାଉ । ଆଜି ମାନେଶ୍ୱର ଗାଁରେ ଜୁଆ ଖେଳ ଚାଲିଥିବା ସମୟରେ ସଦର ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା ।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମାନେଶ୍ୱର ଗାଁର କେନାଲପଡାରେ ପୋଲିସ ଚଢାଉ କରିଥିଲା । ଜୁଆ ଖେଳିବା ଅଭିଯୋଗରେ ଘଟଣାସ୍ଥଳରୁ ଅଣାଯାଇ ୫ଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ସେମାନଙ୍କଠାରୁ ତିନୋଟି ବାଇକ୍‌, ଦୁଇଟି ତିନିଚକିଆ ଗାଡି, ତାସ୍‌, ୬ଟି ମୋବାଇଲ ଓ ନଗଦ ୫ ହଜାର ୬୮୦ ଟଙ୍କା ଜବତ କରାଯାଇଛି ।

Leave A Reply

Your email address will not be published.