Latest Odisha News

BREAKING NEWS

ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାରିପଦା: ମୟୁରଭଂଜ ଜିଲ୍ଲା ବାରିପଦା ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଆଜି ଅଲ୍ ଇଣ୍ଡିଆ ସାନ୍ତାଳ’ ହୋ’ ମୁଣ୍ଡା (AISHMAA) କଳାକାର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରୀୟ କମିଟିର ଅନୁମୋଦନ କ୍ରମେ ଓଡିଶା ପାଇଁ ୧୨ ଜଣିଆ ଏକ୍‌ଜିକ୍ୟୁଟିଭ୍ କମିଟି ଗଠନ କରାଯାଇଛି ।

କମିଟିରେ ସଭାପତି ଭାବେ ଚନ୍ଦନ ବାସ୍କେ, ସାଧାରଣ ସମ୍ପାଦକ ଭାବେ ରାମଚନ୍ଦ୍ର ସୋରେନ ଓ କୋଷାଧ୍ୟକ୍ଷ ଭାବେ ସାଲଖାନ୍ ଟୁଡୁଙ୍କ ସମେତ ଅନ୍ୟ ୯ଜଣଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସଭାରେ ସଂଗ୍ରାଇ ସୋରେନ, ଦଶରଥ ସିଂ ଓ ବାଇଜୁ ସିର୍କା ସମସ୍ତ ୧୨ ଜଣ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ ।

ଅନୁଷ୍ଠିତ ବୈଠକରେ ସାନତାଳ କଳାକାରଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା । ଖାସ କରି ସାନ୍ତାଳ ଭାଷାରେ ଉନ୍ନତ ଧରଣର ସିନେମା ନିର୍ମାଣରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବା ସହ ସମସ୍ତ କଳାକାରଙ୍କୁ ଏକତ୍ରିତ କରିବା କଳାକାର ସଂଘର ମୂଳ ଲକ୍ଷ ବୋଲି ସଙ୍ଗୀତ ନିର୍ଦ୍ଦେଶକ ରାମଚନ୍ଦ୍ର ସୋରେନ ପ୍ରକାଶ କରିଥିଲେ ।

Leave A Reply

Your email address will not be published.