Latest Odisha News

BREAKING NEWS

୯ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା, ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ୯ଟି ଜିଲ୍ଲାରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପବନ, ବଜ୍ରପାତ ସହିତ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଥିବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ରାଜ୍ୟର ଯେଉଁ ୯ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି ସେହି ଜିଲ୍ଲାଗୁଡ଼ିକ ହେଲା – ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ନୂଆପଡ଼ା ଓ ବରଗଡ଼ ଜିଲ୍ଲା ।

ପାଣିପାଗ ବିଭାଗର ରାଡ଼ାର ଅନୁଯାୟୀ ଏହିସବୁ ଜିଲ୍ଲାରେ ଦିନ ୧୨ଟା ୪୫ ମିନିଟରେ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମୟରେ ନିରାପଦ ସ୍ଥାନମାନଙ୍କରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବରିଷ୍ଠ କର୍ତ୍ତୃପକ୍ଷ ।

ବୁଧବାର ଦିନ ରାଜ୍ୟରେ ସାମାନ୍ୟ ବର୍ଷା ହୋଇଥିଲେ ହେଁ ପାଣିପାଗର ସୂଚନାନୁସାରେ ବଙ୍ଗୋପସାଗରରେ ଘନିଭୁତ ହେଉଥିବା ଲଘୁଚାପ ଯୋଗୁଁ ରାଜ୍ୟର ଉକକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆସନ୍ତା ଜୁଲାଇ ୨୯ ତାରିଖରେ ୨ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.