Latest Odisha News

BREAKING NEWS

କାରଗିଲ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୧୯୯୯ ମସିହା କାରଗିର ଯୁଦ୍ଧରେ ଦେଶମାତୃକା ଲାଗି ପ୍ରାଣ ବିସର୍ଜନ କରିଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କାରଗିଲ ବୀରଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି – “ ୧୯୯୯ ମସିହାର କାରଗିଲ ଯୁଦ୍ଧରେ ଦେଶମାତୃକା ଲାଗି ପ୍ରାଣ ବିସର୍ଜନ କରି ସହିଦ ହୋଇଥିଲେ ବୀର ସୈନିକଗଣ । ୧୯ତମ କାରଗିଲ ବିଜୟ ଦିବସ ଅବସରରେ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରି ଭାରତକୁ ଯୁଦ୍ଧରେ ବୀଜୟ ଟୀକା ପିନ୍ଧାଇଥିବା ସେହି ବୀର ସହୀଦମାନଙ୍କୁ ମୁଁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି” ।

ସୂଚନାଯୋଗ୍ୟ, ୧୯୯୯ ମସିହାରେ ଜମ୍ମୁ ଓ କାଶ୍ମୀରର କାରଗିଲ-ଦ୍ରାସ ସେକ୍ଟରରେ ପାକିସ୍ତାନ ସହିତ ଭାରତ ଲଢିଥିଲା ଯୁଦ୍ଧ । ଦୁର୍ଗମ ପାହାଡ଼ ଉପରେ ଭାରତୀୟ ସୈନିକମାନେ ପାକିସ୍ତାନୀ ସୈନିକଙ୍କ ସହିତ ଲଢେଇ କରି ବିଜୟ ହାସଲ କରିଥିଲେ । ଜୁଲାଇ ୨୬ ତାରିଖ ଦିନ ଭାରତ ବିଜୟର ଟୀକା ପିନ୍ଧି କାରଗିଲ ପାହାଡ଼ ଶିଖରରେ ଜାତୀୟ ପତାକା ସ୍ଥାପନ କରିଥିଲା ।

ଏହି ୬୦ ଦିନର ଦୀର୍ଘ ଯୁଦ୍ଧରେ ୫୦୦ରୁ ଅଧିକ ଭାରତୀୟ ସୈନିକ ସହିଦ ହୋଇଥିଲେ । ଆଜି ଭାରତ ଏହି କାରଗିଲ ସହିଦଙ୍କୁ ସ୍ମରଣ କରି ‘କାରଗିଲ ବିଜୟ ଦିବସ’ ପାଳନ କରୁଛି ।

Leave A Reply

Your email address will not be published.