Latest Odisha News

BREAKING NEWS

ଆଇଏମଡିବି ୨୦୨୩ ତାଲିକା: ଜବାନ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଅଧିକ ଉତ୍କଣ୍ଠା

ମୁମ୍ବାଇ: ଆଇଏମଡିବି ୨୦୨୩ରେ କେଉଁ ଫିଲ୍ମ ଦେଖିବା ପାଇଁ ଦର୍ଶକ ବ୍ୟଗ୍ର ଅଛନ୍ତି ସେ ନେଇ ଏକ ସୂଚୀ ଜାରୀ କରିଛି । ଏହି ତାଲିକାରେ ଶାହାରୁଖ ଖାଁଙ୍କ ଜବାନ ସବୁଠାରେ ଆଗରେ ରହିଛି । ପଠାନ ପରେ କିଙ୍ଗ ଖାଁଙ୍କ ଫିଲ୍ମର ଚାହିଦା ବୃଦ୍ଧି ପାଇଛି । ଏହା ୨ ଜୁନ ୨୩ରେ ରିଲିଜ ହେବ । ରଣବୀର କାପୁରଙ୍କ ଆନିମଲ ଓ ପ୍ରଭାସଙ୍କ ଆଦିପୁରୁଷ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି । ଏହି ଦୁଇଟି ଫିଲ୍ମ ଯଥାକ୍ରମେ ୧୧ ଅଗଷ୍ଟ ଓ ୧୬ ଜୁନରେ ରିଲିଜ ହେବା ପାଇଁ ସ୍ଥିର ହୋଇଛି । ସେହିପରି ସନୀ ଦେଓଲଙ୍କ ବହୁ ପ୍ରତୀକ୍ଷୀତ ଗଦର ୨ ସାଉଥର ସାଇ ଶ୍ରୀନିବାସନଙ୍କ ଫିଲ୍ମ ଛତ୍ରପତି ଏହା ପଛକୁ ରହିଛନ୍ତି ।

BjdElectrycity

ଅନ୍ୟ ଫିଲ୍ମଗୁଡିକ ମଧ୍ୟରେ ଅଜୟ ଦେବଗାନଙ୍କ ମୈଦାନ, ସିଦ୍ଧାର୍ଥ ମାଲହୋତ୍ରାଙ୍କ ଯୋଦ୍ଧା, ରଣବୀର-ଆଲିୟାଙ୍କ ରକି ଔର ରାନୀ କି ପ୍ରେମ କାହାନୀ, ପ୍ରଶାନ୍ତ ବର୍ମାଙ୍କ ହନୁମାନ ଓ ନାଗା ଚୈତନ୍ୟଙ୍କ କଷ୍ଟଡି ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ରହିଛି । ଦେଖଯାଉ ଏହି ଫିଲ୍ମଗୁଡିକ ମଧ୍ୟରେ କିଏ ବକ୍ସ ଅଫିସରେ ରାଜୁତି କରୁଛି ।

Leave A Reply

Your email address will not be published.