Latest Odisha News

BREAKING NEWS

ଶୀଘ୍ର କିଣି ନିଅନ୍ତୁ ମାରୁତି କାର: ଏପ୍ରିଲରୁ ହୋଇଯିବ ମହଙ୍ଗା

ନୂଆଦିଲ୍ଲୀ:କାର କିଣିବାର ଯୋଜନା ରଖିଛନ୍ତି କି ? ପୁଣି ମାରୁତି କାର ? ଯଦି ମାରୁତି ଗାଡି କିଣିବାର ପ୍ଲାନ ଅଛି ତେବେ ଶିଘ୍ର କିଣି ନିଅନ୍ତୁ । କାରଣ ଖୁବଶୀଘ୍ର ବଢିବାୁ ଯାଉଛି ମାରୁତି କାରର ମୂଲ୍ୟ । ମାରୁତି କାରର ମୂଲ୍ୟ ଏପ୍ରିଲରୁ ବଢିଯିବାର ସମ୍ଭାବନା ରହିଛି । ଏକଥା ମାରୁତି ସୁଜୁକି ପକ୍ଷରୁ ଘୋଷଣା କରାଯାଇଛି ।

ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ପକ୍ଷରୁ ଘୋଷଣା କରାଯାଇଛି, ଗାଡିର ନିର୍ମାଣ ଖର୍ଚ୍ଚ ବଢିଯାଇଥିବାରୁ ଏହାର ଗାଡିର ଦାମ ବଢାଇବାକୁ ବାଧ୍ୟ ହେଉଛୁ । କମ୍ପାନୀ ଆଜି ତାର ସମସ୍ତ ଗାଡିର ମୂଲ୍ୟ ବୃଦ୍ଧି କରିବାର ଘୋଷଣା ଆଜି କରିଛି  । ତେବେ ଏହା ଏପ୍ରିଲ ୨୦୨୩ରୁ ଲାଗୁ ହେବ । ତେବେ କେଉଁ ଗାଡିର ଦାମ କେତେ ବଢିଛି ତାହା କମ୍ପାନୀ ସ୍ପଷ୍ଟ କରିନାହିଁ ।

କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି, ମାରୁତି ସୁଜୁକି ସବୁବେଳେ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏହାର ମୂଲ୍ୟ ବୃଦ୍ଧି ଘଟିଥାଏ । କିନ୍ତୁ ଏହି ମୂଲ୍ୟ ବୃଦ୍ଧି କରିବା ଏବେ ଅନିବାର୍ଯ୍ୟ ହୋଇପଡିଛି । ତେବେ ମଡେଲ ଅନୁସାରେ ଦର ବୃଦ୍ଧି ହେବ ବୋଲି କମ୍ପାନୀ ପକ୍ଷର କୁହାଯାଇଛି ।

ମାରୁତି ସୁଜୁକି ଦରବୃଦ୍ଧି କରିବା ପୂର୍ବରୁ ଦେଶର ସବୁଠାରୁ ବଡ ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ ହୀରୋ ମୋଟୋକର୍ପ ଏହାର ଗାଡି ଦାମର ବୃଦ୍ଧି କରିବ ବୋଲି ଘୋଷଣା କରିଥିଲା । ଏହାର ବର୍ଦ୍ଧିତ ହାର ଏପ୍ରିଲ୧ରୁ ଲାଗୁ କରାଯିବ । କମ୍ପାନୀ ତାର ଗାଡିର ମୂଲ୍ୟ ୨ ପ୍ରତିଶତ ବୃଦ୍ଧି କରିବ ବୋଲି କହିଛି ।

Leave A Reply

Your email address will not be published.