Latest Odisha News

BREAKING NEWS

ଆଇଏମଏସ ଓ ସମ୍ ହସ୍ପିଟାଲ୍ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସମ୍ମାନିତ

ନୂଆଦିଲ୍ଲୀ: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍
ଆଣ୍ଡ ସମ୍ ହସ୍ପିଟାଲକୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ଏଠାରେ ସିକ୍ସ ସିଗ୍ମା ହେଲ୍ଥକେୟାର
ଏକ୍ସିଲେନ୍ସ ଆୱାଡ – ୨୦୧୯ ରେ ସମ୍ମାନିତ କରାଯାଇଛି ।

ଏକ ସ୍ୱତନ୍ତ୍ର ଉତ୍ସବରେ ଗୁରୁବାର କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ଆଫେୟାର୍ସ ବିଭାଗ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର୍ ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ମଧ୍ୟ ଏହି ଉତ୍ସବରେ ଚଳିତ ବର୍ଷର ଡାଇନାମିକ୍ ଏଂଟ୍ରୋପ୍ରିନିୟର ଭାବେ ସମ୍ମାନିତ କରାଯାଇଛି ।

ସୋଆ ପକ୍ଷରୁ ନିଗମାନନ୍ଦ ପୃଷ୍ଟି ଏବଂ ପ୍ରିତମ୍ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ ।

ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଇ.ଏମ.ଏସ ଓ ସମ୍ ହସ୍ପିଟାଲ ଭଳି ଡାକ୍ତରଖାନା ଗୁଡିକରେ ଉତ୍ତମ କାର୍ଯ୍ୟକୁ
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଉଚ୍ଚ ପ୍ରଶଂସା କରିଥିଲେ । ସେ ଆହୁରି କହିଥିଲେ ଯେ ଡାଇବେଟିସ୍, ହାଇପରଟେନସନ୍, ହୃଦରୋଗ,
କ୍ୟାନସର ଏବଂ କିଡ୍ନୀ ରୋଗ ଭଳି ନନ୍ କମ୍ୟୁନିକେବୁଲ୍ ଡିଜିଜେସରୁ ଯୁବ ପିଢ଼ିଙ୍କୁ ରକ୍ଷା କରିବା ପାଇଁ ଜନ ସଚେତନତା
କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି ।

ଯେଉଁ ଅନୁଷ୍ଠାନ ମାନେ ଭଲ କାମ କରିଛନ୍ତି ସିକ୍ସ ସିଗ୍ମା ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଉଥିବାରୁ ଶ୍ରୀ ଠାକୁର ଖୁସି
ବ୍ୟକ୍ତ କରିଥିଲେ ।

ସିକ୍ସ ସିଗ୍ମା ହେଲ୍ଥ କେୟାର ଭାରତୀୟ ସ୍ଥଳ ସେନା ସହ ଉଚ୍ଚ ଶିଖରରେ କାର୍ଯ୍ୟକରୁଥିବା ସୈନ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବା
ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

Leave A Reply

Your email address will not be published.