Latest Odisha News

BREAKING NEWS

ଦଶକର ଶ୍ରେଷ୍ଠ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଲେ କୋହଲୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ୱିଜଡନ ଦଶକର ଶ୍ରେଷ୍ଠ ୫ଜଣ ଖେଳାଳିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ୪ଜଣ ଖେଳାଳି ହେଲେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ, ଡେଲ ଷ୍ଟେଇନ , ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍ । ମହିଳା କ୍ରିକେଟର ଏଲିସ ପେରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।

ସଚିନ ତେନ୍ଦୁଲକରଙ୍କୁ ଏହି ତାଲିକାରେ ସ୍ଥାନ ପାଇବା ପାଇଁ ୧୫ରୁ ଊଦ୍ଧ୍ୱର୍ ବର୍ଷ ଲାଗିଥିଲା । କୋହଲୀ ୧୦ ବର୍ଷ ମଧ୍ୟରେ ଏହି କୀର୍ତିମାନ ହାସଲ କରିଛନ୍ତି ।

ୱିଜଡେନ ବିଶ୍ୱର ଶ୍ରେଷ୍ଠ କ୍ରିକେଟ ପତ୍ରିକା ଭାବେ ପରିଗଣିତ । ୨୦୧୪ ଇଂଲଣ୍ଡ ଗସ୍ତରୁ ଆରମ୍ଭ କରି ନଭେମ୍ବରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ମଧ୍ୟରେ ସେ ୬୩ ଆଭରେଜରେ ୨୧ ଶତକ ଓ ୧୩ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ତିନି ଫର୍ମାଟରେ ୫୦ରୁ ଊଦ୍ଧ୍ୱର୍ ଆଭରେଜରେ ସେ ଏକମାତ୍ର ଖେଳାଳି ଭାବେ ରନ ସଂଗ୍ରହ କରିଛନ୍ତି । ସେହିପରି ୧୦ ବର୍ଷ ମଧ୍ୟରେ ଟେଷ୍ଟରେ ୨୭ ଶତକ ସହାୟତାରେ ୭୨୦୨ ରନ । ଦିନିକିଆରେ ୧୧,୧୨୫ ଓ ଟି୨୦ରେ ୨୬୩୩ ରନ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସେ ୭୦ ଶତକ ହାସଲ କରି ସଚିନ ତେନ୍ଦୁଲକର (୧୦୦) ଓ ରିକି ପଂଟି(୭୧) ପଛକୁ ରହିଛନ୍ତି ।

Leave A Reply

Your email address will not be published.