Latest Odisha News

BREAKING NEWS

ପିଏଫ୍‌ଆଇ ଉପରେ ଏନ୍‌ଆଇଏ, ଇଡିର ବ୍ୟାପକ ଚଢ଼ଉ: ଶତାଧିକ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏ ବୁଧବାର ରାତିରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କେରଳ, କର୍ଣ୍ଣାଟକ, ତାମିଲ୍‌ନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟରେ ଥିବା ‘ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ (ପିଏଫ୍‌ଆଇ) ଉପରେ ବ୍ୟାପକ ଚଢ଼ଉ ଆରମ୍ଭ କରି ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି।

ଆତଙ୍କବାଦକୁ ପାଣ୍ଠି ଯୋଗାଣ, ତାଲିମ ଶିବିର ଆୟୋଜନ ଏବଂ ନିଷିଦ୍ଧ ସଙ୍ଗଠନଗୁଡ଼ିକରେ ଯୋଗ ଦେବାକୁ ଲୋକମାନଙ୍କର ମତି ପରିବର୍ତ୍ତନ କରାଇବାରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ତଲାସ ଜାରିରହିଛି ।

ଦେଶରେ ପ୍ରଥମ ଥର ପାଇଁ ଏନଆଇଏ,ଇଡି ଏବଂ ରାଜ୍ୟ ପୋଲିସ ବାହିନୀର ମିଳିତ ଟିମ୍ ୧୦ ଟି ରାଜ୍ୟ ଉପରେ ଚଢ଼ାଉ କରିଛି । ତେଲେଙ୍ଗାନା, କେରଳ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହି ଚଢ଼ାଉ ଜାରି ରହିଛି ।

ଏନ୍ଆଇଏ ଚଳିତ ମାସ ଆରମ୍ଭରେ ଆନ୍ଧ୍ରପ୍ରଦେଶର ତେଲେଙ୍ଗାନାର ୪୦ ଟି ସ୍ଥାନରେ ଚଢ଼ାଉ କରି କିଛି ଲୋକଙ୍କୁ ଅଟକ ରଖି ଜେରା କରିଥିଲା । ଏହାପରେ ଏଜେନ୍ସି ତେଲେଙ୍ଗାନାର ୩୮ ଟି ସ୍ଥାନରେ (ନିଜାମାବାଦରେ ୨୩, ହାଇଦ୍ରାବାଦରେ ଚାରିଟି, ଜଗଟିଆଲରେ ସାତଟି, ନିର୍ମଲରେ ଦୁଇଟି, ଆଦିଲାବାଦ ଏବଂ କରିମନଗର ଜିଲ୍ଲାରେ) ଏବଂ ଆନ୍ଧ୍ରପ୍ରଦେଶର ଦୁଇଟି ସ୍ଥାନରେ (ଗୋଟିଏ କୁର୍ନୁଲ ଏବଂ ନେଲୋରରେ) ସର୍ଚ୍ଚ କରିଥିଲା।

ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାର ଅବଦୁଲ ଖାଦର ଏବଂ ଅନ୍ୟ ୨୬ ଜଣଙ୍କ ସହ ଜଡିତ ମାମଲାରେ ତଦନ୍ତ ବେଳେ ଡିଜିଟାଲ୍ ଉପକରଣ, ଡକ୍ୟୁମେଣ୍ଟ୍, ଦୁଇଟି ଖଣ୍ଡା ଏବଂ ୮,୩୧,୫୦୦ ଟଙ୍କା ନଗଦ ସାମଗ୍ରୀ ଜବତ କରିଛି। ଏନଆଇଏ ଅନୁଯାୟୀ, ଅଭିଯୁକ୍ତମାନେ ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଁ ତାଲିମ ଦେବା ପାଇଁ ଶିବିର ଆୟୋଜନ କରୁଥିଲେ।

୨୦୦୬ ରେ କେରଳରେ ଚୠଓ ସଂଗଠନ ଆରମ୍ଭ ହୋଇଥିଲା । ୨୨ ଟି ରାଜ୍ୟରେ ଏହାର ୟୁନିଟ୍ ଅଛି ବୋଲି ଚୠଓ ଦାବି କରିଥାଏ। ଏହାର ଅଲ-ଇଣ୍ଡିଆର ସଭାପତି ଇ ଆବୁବେକର ମଧ୍ୟ କେରଳର।

ଗତ ମଧ୍ୟରାତ୍ରରୁ ମାଲାପ୍ପୁରମ୍ ଜିଲ୍ଲାର ମଂଜେରିସ୍ଥିତ ‘ପିଏଫ୍‌ଆଇ’ ଅଧ୍ୟକ୍ଷ ଓ.ଏମ୍‌.ଏ. ସଲାମ୍ ଏବଂ ‘ପିଏଫ୍‌ଆଇ’ କାର‌୍ୟ୍ୟାଳୟଗୁଡ଼ିକ ସମେତ ‘ପିଏଫ୍‌ଆଇ’ ନେତାମାନଙ୍କ ଘରେ ‘ଏନ୍‌ଆଇଏ’ ଓ ‘ଇଡି’ ଚଢ଼ଉ ଚଳାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଚଢ଼ଉ ଚାଲିଥିବା ବେଳେ ‘ପିଏଫ୍‌ଆଇ’ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Leave A Reply

Your email address will not be published.