Latest Odisha News

BREAKING NEWS

ବିଜେପି ବଢ଼ାଉଥିଲା କଂଗ୍ରେସ କମାଉଛି !

ଭୁବନେଶ୍ୱର: ଆଗକୁ ବିଭିନ୍ନ ରାଜ୍ୟ ଓ ଦେଶରେ ନିର୍ବାଚନ ଥିବାରୁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ରଣନୀତି ନେଇ ଆଗଉଛନ୍ତି। ବର୍ତ୍ତମାନର ଦେଶର ପ୍ରମୁଖ ସମସ୍ୟା ଦରଦାମ ବୃଦ୍ଧି ବୋଲି କୁହାଯାଉଛି। ଯାହାକି ପ୍ରତ୍ୟେକ ଲୋକଙ୍କ ପାଇଁ କଷ୍ଟ ଆଣିଦେଇଛି। ଯାହାକୁ କଂଗ୍ରେସ ଏକ ପ୍ରମୁଖ ରାଜନୈତିକ ଅସ୍ତ୍ର କରିଛି।

BjdElectrycity

ରାଜସ୍ଥାନରେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ଦରଦାମ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରିଛି। ଖୋଦ ନିଜେ ରାଜ୍ୟରେ ସରକାରରେ ଥିଲେ ମଧ୍ୟ କେନ୍ଦ୍ରର ବିଜେପି ସରକାରକୁ ଦରଦାମ ବୃଦ୍ଧି ପାଇଁ ଟାର୍ଗେଟ କରିଛି ଦଳ।

ଏପରିକି ଖାଲି ଟାର୍ଗେଟରେ ସୀମିତ ନ ରହି ଆଉ ଦୁଇ ପାଦ ଆଗକୁ ବଢିଛି ରାଜସ୍ଥାନର ଗେହଲଟ ସରକାର। କେନ୍ଦ୍ରର ବିଜେପି ସରକାର ଯୋଗୁ ବହୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ହେଉଥିବା ଦର୍ଶାଇବା ସହ ନିଜେ ଏହାର ସମାଧାନ ପ୍ରକ୍ରିୟା ଆରମ୍ଭ କରିଛି।

ବିଭିନ୍ନ ସ୍କିମ ମାଧ୍ୟମରେ ରାଜସ୍ଥାନ ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଉପରେ ସ୍ୱତନ୍ତ୍ର ସବସିଡି ଦେଇ ଲୋକଙ୍କୁ ଆକର୍ଷିତ କରିବାର ବଡ଼ ଯୋଜନା କରିଛି। ସେଥିପାଇଁ ରାଜସ୍ଥାନରେ ସରକାରଙ୍କ ପକ୍ଷରୁ ମହଙ୍ଗାଇ ରାହତ କ୍ୟାମ୍ପ ଖୋଲାଯାଇଛି।

ରାଜ୍ୟରେ ଦୁଇ ହଜାର ୪୮୬ ଟି ସ୍ଥାୟୀ ମହଙ୍ଗାଇ ରାହତ କ୍ୟାମ୍ପ ଖୋଲା ଯାଇଥିବା ବେଳେ ୬୭୦ ଟି ମୋବାଇଲ କ୍ୟାମ୍ପ ଖୋଲାଯାଇଛି। ଯେଉଁଠି ଲୋକମାନେ ପଞ୍ଜିକରଣ କରିବା ସହ ସ୍ୱତନ୍ତ୍ର ଲାଭ ନେଇପାରିବେ।

ଏଥିରେ ମହିଳାମାନେ ୬ ଟିରୁ ଅଧିକ ସ୍କିମ ଦ୍ୱାରା ଲାଭ ପାଇବାକୁ ଥିବା ବେଳେ ଅନ୍ୟମାନେ ମଧ୍ୟ ଲାଭ ପାଇବେ। ଯାହାକୁ ନେଇ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଜୋରଦାର ପ୍ରଚାର କରାଯାଉଛି।

ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ମହଂଗାଇ ରାହତ କ୍ୟାମ୍ପକୁ ଆସିବାକୁ କୁହାଯାଉଛି। ଯାହାକୁ ନେଇ ରାଜସ୍ଥାନ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।

ଗୋଟିଏ ପଟେ କଂଗ୍ରେସ ପାଇଁ ରାଜସ୍ଥାନରେ ପାଇଲଟ କଣ୍ଟା ହୋଇଛନ୍ତି। ଗେହଲଟଙ୍କ ବିରୋଧରେ ବିଷ ଓଗାଳି ଚାଲିଛନ୍ତି। ଦଳୀୟ ହାଇକମାଣ୍ଡ ମଧ୍ୟ ପାଇଲଟଙ୍କୁ ମନାଇବାକୁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଏଥିରେ ଅଙ୍କୁଶ ଲାଗୁନି। ସେପଟେ ଗେହଲଟ ଆଗାମୀ ନିର୍ବାଚନ ପାଇଁ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି।

ଏଭଳି ସ୍ଥିତିରେ ରାଜସ୍ଥାନ ଉପରେ ବିଜେପିର ନଜର ପଡିଛି। ରାଜସ୍ଥାନରେ ଶାସନକୁ ଫେରିବା ପାଇଁ ଉଦ୍ୟମକୁ ଜୋରଦାର କରିଛି ବିଜେପି। ଖୋଦ ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ରାଜସ୍ଥାନ ଗସ୍ତରେ ଯାଇ ବହୁ କୋଟି ଟଙ୍କା ପ୍ରକଳ୍ପ ଭେଟି ଦେବା ସହ କଂଗ୍ରେସ ଉପରେ ବର୍ଷିଥିଲେ। ସେପଟେ କଂଗ୍ରେସ କିନ୍ତୁ କ୍ଷମତାକୁ ବଜାୟ ରଖିବା ପାଇଁ ସବୁ ଉଦ୍ୟମ କରୁଛନ୍ତି ଗେହଲଟ।

Leave A Reply

Your email address will not be published.