Latest Odisha News

BREAKING NEWS

ରେସଲିଂ: ଆଡ ହକ କମିଟିର ପ୍ରଥମ ଟ୍ରାଏଲରେ ହରିୟାଣା ରେସଲରଙ୍କ ପ୍ରାଧାନ୍ୟ

ନୂଆଦିଲ୍ଲୀ: ମହିଳା ରେସଲରଙ୍କ ଦୁଷ୍କର୍ମ ଅଭିଯୋଗ ମାମଲାରେ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ଛନ୍ଦି ହୋଇ ପଡିଛନ୍ତି । ତାଙ୍କ ଅନୁପସ୍ଥିତିରେ ଗଠିତ ଆଡ ହକ କମିଟି ୧୭ ଓ ୨୩ ବର୍ଷରୁ କମ ଏସୀୟ ଚାମ୍ପିୟନଶିପ ପାଇଁ ରେସଲର ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରଥମ ଟ୍ରାଏଲରେ ହରିୟାଣା ଖେଳାଳିଙ୍କ ପ୍ରାଧାନ୍ୟ ରହିଛି । ୧୫ଟି କାଟାଗୋରୀରୁ ୧୨ଟିରେ ହରିୟାଣା ଖେଳାଳି ବାଜି ମାରିଛନ୍ତି । ପ୍ରଥମ ଦିନ ପଟିୟାଲାରେ ୨୧୭ ଜଣ ରେସଲର ଅଂଶଗ୍ରହଣ କରିବାକୁ ଥିଲା । ମାତ୍ର ୮୯ ଜଣ ପହଲିୱାନ ଅଂଶଗ୍ରହଣ କରିଥିଲେ । ସେହିପରି ସୋନପତରେ ୨୧୧ ବଦଳରେ ୧୭୦ ଜଣ ଟ୍ରାଏଲରେ ଯୋଗ ଦେଇଥିଲେ । ଟ୍ରାଏଲରେ ଅଂଶଗ୍ରହଣ କରିବା ପାଇଁ ପାସପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏହାର କାରଣ ମନୋନୀତ ଖେଳାଳିଙ୍କୁ ମେ ୨୦ ସୁଦ୍ଧା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଏଂଟ୍ରି ପଠାଇବାକୁ ପଡିବ । ଯାହାକି ବିନା ପାସପୋର୍ଟରେ ସମ୍ଭବ ନୁହେଁ ।

୧୭ ବର୍ଷରୁ କମ ଫ୍ରିଷ୍ଟାଇଲ ବିଭାଗରେ ରୂପେଶ(ହରିୟାଣା, ୪୮), ତୁଷାର (ହରିୟାଣା, ୬୦), ନରେନ୍ଦର (ହରିୟାଣା, ୭୧)ଓ ଗ୍ରୀକୋ ରୋମାନରେ ସିଦ୍ଧନାଥ(ମହାରାଷ୍ଟ୍ର, ୪୮), ବରୁଣ(ହରିୟାଣା, ୬୦), ସୋହମରାଜ (ମହାରାଷ୍ଟ୍ର, ୭୧)ଚୟନ ହୋଇଛନ୍ତି । ୧୭ ବର୍ଷରୁ କମ ମହିଳା ବିଭାଗରେ ପରବୀନ (ହରିୟାଣା, ୪୩),ରଜନୀତା (ହରିୟାଣା, ୫୩), ସବିତା (ହରିୟାଣା ୫୩) ଓ ୨୩ ବର୍ଷରୁ କମ ଫ୍ରିଷ୍ଟାଇଲରେ ସାହିଲ (ପଞ୍ଜାବ, ୯୭), ଆକାଶ ଅନ୍ତିଲ (ହରିୟାଣା, ୧୨୫), ମହିଳା ବିଭାଗରେ ଅଞ୍ଜଳି (ହରିୟାଣା, ୭୬), ହର୍ଷିତା (ହରିୟାଣା, ୭୬)ମନୋନୀତ ହୋଇଛନ୍ତି । ଗ୍ରୀକୋ ରୋମାନରେ ରୋହିତ ଦାହିୟା(ହରିୟାଣା, ୮୨) ପରବେଶ(ହରିୟାଣା, ୧୩୦)ଙ୍କୁ ଚୟନ କରାଯାଇଛି ।

Leave A Reply

Your email address will not be published.