Latest Odisha News

BREAKING NEWS

ବ୍ରିଟେନ୍‌ରେ ପରିବା କିଣିବା ଉପରେ ଲାଗିଲା ପ୍ରତିବନ୍ଧକ,୨ଟି ଟମାଟୋ ଓ ୨କାକୁଡ଼ି କିଣିବାକୁ ମିଳିବ ଅନୁମତି

ବ୍ରିଟେନ୍‌ରେ ଦେଖାଦେଇଛି ଖାଦ୍ୟ ସଙ୍କଟ, ଅଧିକ ପରିବା କିଣିପାରିବେନି ଗ୍ରାହକ । ଜଣେ ଗ୍ରାହକ କିଣିପାରିବେ ୨ଟି ଟମାଟୋ ଓ ୨କାକୁଡ଼ି । ବ୍ରିଟେନର ଦୁଇ ସର୍ବବୃହତ ସୁପରମାର୍କେଟ୍‌ ‘ମୋରିସନ୍’ ଏବଂ ‘ଏସ୍‌ଡା’ ସୁପରମାର୍କେଟରେ ଦେଖାଦେଇଛି ପନିପରିବାର ଅଭାବ ।

ବ୍ରିଟେନର ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ବର୍ତ୍ତମାନ ଦେଶରେ ଖାଦ୍ୟ ସଙ୍କଟ ଦେଖାଦେଇଛି  । ବ୍ରିଟେନର ଦୁଇ ସର୍ବବୃହତ ସୁପରମାର୍କେଟ୍‌ ‘ମୋରିସନ୍’ ଏବଂ ‘ଏସ୍‌ଡା’ ରାସନିଂକୁ ଲାଗୁ କରିଛନ୍ତି  । ଫଳରେ ଗ୍ରାହକ ଅଧିକ ପନିପରିବା କିଣିପାରୁ ନାହାଁନ୍ତି  ।  ଟମାଟୋ, ଆଳୁ, କାକୁଡି, ଲଙ୍କା ଓ ବ୍ରୋକଲି ଭଳି ଜଲ୍‌ଦି ନଷ୍ଟ ହୋଇଯାଉଥିବା ଜିନିଷ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଏଣିକି ପ୍ରତ୍ୟେକ ଗ୍ରାହକ ଏଥି ମଧ୍ୟରୁ କେବଳ ଦୁଇ କିମ୍ବା ତିନୋଟି ଜିନିଷ କିଣିପାରିବେ, ଏହାଠାରୁ ଅଧିକ କିଣିପାରିବେ ନାହିଁ।

ଦକ୍ଷିଣ ୟୁରୋପ ଏବଂ ଉତ୍ତର ଆଫ୍ରିକାରେ ଖରାପ ପାଗ ଯୋଗୁଁ ଅନେକ ଫସଲ ଅମଳ ଉପରେ ପ୍ରଭାବ ପକାଇଛି । ଦକ୍ଷିଣ ୟୁରୋପ ଏବଂ ଉତ୍ତର ଆଫ୍ରିକାରେ ସୁପରମାର୍କେଟ୍‌ର ଯୋଗାଣ ବ୍ୟାହତ ହେବା ପରେ ବ୍ରିଟେନ ପନିପରିବା, ଖାସ୍‌କରି ଟମାଟୋ ଅଭାବର ସମ୍ମୁଖୀନ ହେଉଛି। ଏହି କାରଣରୁ ଦୁଇ ପ୍ରମୁଖ ଗ୍ରୋସର୍ସ ଗ୍ରାହକଙ୍କ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବ୍ରିଟେନର ତୃତୀୟ ବୃହତ୍ତମ ଗ୍ରୋସରୀ କମ୍ପାନୀ ଏସ୍‌ଡା କହିଛି ଯେ ଟମାଟୋ, ଲଙ୍କା, କାକୁଡି, ଲେଟସ୍‌, ବ୍ରୋକଲି, ଫୁଲକୋବି ଓ ରସଭରୀର କ୍ରୟ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି।

ସୋସିଆଲ ମିଡିଆରେ ମଧ୍ୟ ବ୍ରିଟେନର ସୁପରମାର୍କେଟ୍‌ରେ ଖାଲି ପଡ଼ିଥିବା ପନିପରିବା ଥାକର ଫଟୋ ସେୟାର କରାଯାଉଛି।

 

Leave A Reply

Your email address will not be published.