Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ ଟକ୍କର

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ମଙ୍ଗଳବାର ଦିନ ଖେଳାଯିବ ।

ଏହି ମ୍ୟାଚ୍ ବେ ଓଭଲ୍ ଷ୍ଟାଡିୟମରେ ଆଜି ସକାଳ ୭ଟା ୩୦ମି.ରେ ଅନୁଷ୍ଠିତ ହେବାକୁ ଯାଉଛି ।

୨-୦ରେ ଆଗୁଆ ଥିବା ନ୍ୟୁଜିଲାଣ୍ଡ ଦଳ ଦୃଢ ମନୋବଳରେ ମଇଦାନକୁ ଓହ୍ଲାଇବାକୁ ଥିବା ବେଳେ ଟିମ୍ ଇଣ୍ଡିଆ ଏହି ସିରିଜ ଜିତି ଖାତା ଖୋଲିବାକୁ  ମଧ୍ୟ ଚେଷ୍ଟା କରିବ ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ସମ୍ଭାବ୍ୟ ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ପୃଥୀ ଶ’, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ୍, ଶ୍ରେୟସ ଅୟର୍‌, ମନିଷ ପାଣ୍ଡେ, ରବୀନ୍ଦ୍ର ଜାଡେଜା, ନବଦୀପ ସୋନି, ଶିବମ ଦୁବେ, ମହମ୍ମଦ ସାମୀ ଓ ଯୁଜବେନ୍ଦ୍ର ଚହଲ ।

Leave A Reply

Your email address will not be published.