Latest Odisha News

ଲମତାପୁଟ ପୋଲିସକୁ ବଡ ସଫଳତା: ୨୫ କେଜି ଗଞ୍ଜେଇ ଜବତ, ଦୁଇ ବେପାରୀ ଗିରଫ

ଲମତାପୁଟ: ଲମତାପୁଟ ପୋଲିସକୁ ବଡ ସଫଳତା ମିଳିଛି  । ୨୫ କେଜି ଗଞ୍ଜେଇ ସହ ଦୁଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରେ । ଜଲାପୁଟ ରୁ ବାଣରାଶିକୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ପୋଲିସ ଏକ ଗଞ୍ଜେଇ ବୋଝେଇ କାରକୁ ଅଟକାଇଥିଲା  । ମାତ୍ର  କାର ଡ୍ରାଇଭର ଜଣକ ଖସି ଯିବାକୁ ଉଦ୍ୟମ କରିଥିଲେ  ।

ଫଳରେ ପୋଲିସ କାରଟିର ପିଛା କରି ଶେଷରେ ଲିମାପୁଟ ଗାଁ ନିକଟରେ କାରଟିକୁ ଅଟକାଇଥିଲେ  । ପରେ କାରଟିକୁ ଯାଞ୍ଚ କରିବାରୁ ସେଥିରୁ ୨୫ କେଜି ଗଞ୍ଜେଇ ଜବତ କରିଥିଲେ । ଏବଂ ଦୁଇ ଜଣ ଗଞ୍ଜେଇ  ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଥିଲା  । ଅଭିଯୁକ୍ତ ଦୁଇ ଜଣ ବୀର ବାହାଦୂର ସିଂ ଏବଂ ସୌଥବ ସିଂ ବୋଲି ଜଣାପଡିଛି ।

Leave A Reply

Your email address will not be published.