Latest Odisha News

BREAKING NEWS

କେଉଁଠି ମିଳିବ ଚାକିରୀ କହୁଥିବା କମ୍ପାନୀ ଏବେ କରିବ ଛଟେଇ

ନୂଆଦିଲ୍ଲୀ: କେଉଁଠି ମିଳିବ ଚାକିରୀ, କେତେ ଟଙ୍କା ଦରମା ମିଳିବ, ଶିକ୍ଷାଗତ ଯୋଗ୍ୟତା କଣ? ଏସମ୍ପର୍କିତ ସୂଚନା ଦେଉଥିବା କମ୍ପାନୀ ଏବେ ବଡ ସଂଖ୍ୟାରେ ଅନେକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଯୁବପିଢ଼ିଙ୍କୁ ଚାକିରୀ ବାବଦରେ ତଥ୍ୟ ଦେଉଥିବା କମ୍ପାନୀ ଇଣ୍ଡିଡ଼ ଏବେ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି । କମ୍ପାନୀ ଏକାସାଙ୍ଗରେ ୨୨୦୦ ଲୋକଙ୍କୁ ଛଟେଇ କରିବ । କମ୍ପାନୀ ପକ୍ଷରୁ ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୧୫% କର୍ମଚାରୀଙ୍କୁ ଛଟେଇ କରିବ ବୋଲି କୁହାଯାଇଛି । ଉଲ୍ଲେଖ ଥାଉ କି ବିଶ୍ୱର ଅନ୍ୟତମ ବୃହତ୍ତମ ଇ-କମର୍ସ କମ୍ପାନୀ ଆମାଜନ ୯୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି।

ଏହାପୂର୍ବରୁ ଆମାଜନ ୧୮ ହଜାର ଲୋକଙ୍କୁ ଛଟେଇ କରିଥିଲା । ଯଦି ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଆମାଜନ ଦ୍ୱାରା କରାଯାଇଥିବା ମୋଟ ଛଟେଇ ବାବଦରେ ହିସାବ କରିବା ତେବେ ୨୭ହଜାର ଲୋକ ଚାକିରୀ ହରାଇଛନ୍ତି। ତେବେ ଛଟେଇ କରୁଥିବା କମ୍ପାନୀଙ୍କ ମଧ୍ୟରେ କେବଳ ଆମାଜନ ନାହିଁ, ବରଂ ଆହୁରି ୫୦୦ଟି କମ୍ପାନୀ ମଧ୍ୟ ଅଛନ୍ତି ଯେଉଁମାନେ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ବା ଛଟେଇ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ପ୍ରାୟ ୧.୫ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରାଯାଇଥିବାବେଳେ ୫୦୩ଟି ଟେକ୍ କମ୍ପାନୀ ଏପର୍ଯ୍ୟନ୍ତ ୧୪୮,୧୬୫ ଜଣ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। କେବଳ ଜାନୁଆରୀରେ ଆମାଜନ, ମାଇକ୍ରୋସଫ୍ଟ, ଗୁଗୁଲ୍, ସେଲ୍ସଫୋର୍ସ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡିକ ଦ୍ୱାରା ୧ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।

Leave A Reply

Your email address will not be published.