Latest Odisha News

କେଜ୍ରିଓ୍ବାଲ ଜେଲ୍ ଫେରିବା ପୂର୍ବରୁ ଇଣ୍ଡିଆ ମେଣ୍ଟ ଡାକିଲା ବୈଠକ

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ଦିନ ଏକାଠି ହୋଇ ବୈଠକ କରିବେ ଇଣ୍ଡିଆ ମେଣ୍ଟର ସଦସ୍ୟ। ଏଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ହେବାର ୪ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଏହି ବୈଠକ ବସିବାକୁ ଯାଉଛି।

ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିଓ୍ବାଲ ଉପସ୍ଥିତ ରହିବେ। ସେ ଏବେ ଅନ୍ତରୀଣ ଜାମିନରେ ଅଛନ୍ତି। ୨ ତାରିଖରେ ସେ ପୁଣି ତିହାର ଜେଲ ଫେରିବେ। ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟ ବୈଠକ ଡକାଇଥିବା ଜଣାପଡ଼ିଛି।

ମୁଖ୍ୟତଃ ସମ୍ଭାବିତ ନିର୍ବାଚନ ଫଳାଫଳ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେବ। ପରେ ଅନ୍ୟ ନେତା ଉପସ୍ଥିତ ରହିପାରିବେ। କିନ୍ତୁ କେଜ୍ରିଓ୍ବାଲ ଉପସ୍ଥିତ ରହିବାର ସମ୍ଭାବନା କମ୍ ଥିବାରୁ ଏହି ବୈଠକ ଡକାଯାଇଥିବା କୁହାଯାଉଛି।

Leave A Reply

Your email address will not be published.