Latest Odisha News

BREAKING NEWS

ଇଣ୍ଡିଆ ମେଣ୍ଟ: ୟୁପିରେ ଆପକୁ ଆସନ ଦେବ କଂଗ୍ରେସ୍?

ନୂଆଦିଳ୍ଲୀ: ଶାସକ ଦଳକୁ କଡ଼ା ଟକ୍କର ଦେବା ପାଇଁ ଇଣ୍ଡିଆ ମେଣ୍ଟ କରିଥିଲେ ବିରୋଧୀ । ଯେଉଁଥିରେ କିଛି ରାଜ୍ୟରେ ଫାଟ ସୃଷ୍ଟି ହୋଇଛି । ଆାମ ଆଦମୀ ଅର୍ଥାତ ଆପ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିଲେ ମଧ୍ୟ ଉତ୍ତର ପ୍ରଦେଶରେ ନିର୍ବାଚନ ଲଢ଼ିବା ସ୍ଥିତି କିଛି ସ୍ପଷ୍ଟ ହୋଇନି । ଏପର୍ଯ୍ୟନ୍ତ ସପା- କଂଗ୍ରେସ ମିଟିଂରେ ଆପ ସାମିଲ ହୋଇନି କି କୌଣସି ନିର୍ବାଚନ କାର୍ଯ୍ୟକଳାପରେ ସାମିଲ ହୋଇନାହାଁନ୍ତି ।

ସୂଚନା ଅନୁସାରେ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ପ୍ରସ୍ତୁତ ହେଉଛନ୍ତି । ଇଣ୍ଡିଆ ମେଣ୍ଟରେ ଅଂଶ ଗ୍ରହଣ କରିଥିବା ସପା-କଂଗ୍ରେସ ନିଜ ନିଜ ଆସନକୁ ବାଣ୍ଟି ନେଇଥିବା ଜାଣିବାକୁ ମିଳିଛି । କିନ୍ତୁ ଆମ ଆଦମୀ ହାତ ଏପର୍ଯ୍ୟନ୍ତ ଖାଲି ରହିଛି । ଏପର୍ଯ୍ୟନ୍ତ ମେଣ୍ଟରେ ସାମିଲ ଥିବା ନେଇ କୌଣସି ଚର୍ଚ୍ଚା ବି ହେଉନି । ଏପରି ପରିସ୍ଥିତିରେ ଆପର କାର୍ଯ୍ୟକର୍ତା ଦ୍ବନ୍ଦ୍ବରେ ରହିଛନ୍ତି । ଯିଏ ଲଢ଼ିବାକୁ ପ୍ରସ୍ତୁତ ହେଉଥିଲେ ସେ ମଧ୍ୟ ଚୁପ ହୋଇ ବସିଛନ୍ତି ।

ଆପର ଜଣେ ବରିଷ୍ଠ ନେତା କହିଛନ୍ତି ତାଙ୍କ ଦଳ ଦିଲ୍ଲୀ, ଗୁଜରାଟ, ଗୋଆ ଏବଂ ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ହେଲେ ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ହୋଇନି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ନିର୍ବାଚନକୁ ବହୁତ କମ୍ ସମୟ ଅଛି । ହେଲେ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନି । ଏହି ଭଳି ପରିସ୍ଥିତିରେ ଯେଉଁ କର୍ମୀ ପ୍ରସ୍ତୁତ ହେଉଥିଲେ ସେମାନେ ମଧ୍ୟ ନିରାଶ ଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.