Latest Odisha News

BREAKING NEWS

ବାଇକକୁ ଧକ୍କା ଦେଲା ଟ୍ରକ୍‌; ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଆହତ

ଝାରସୁଗୁଡ଼ା: ଏନଏଚ୍‌ ୪୯ ନିକଟରେ ସଡ଼କ ଦୁର୍ଘଟଣା। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସିଂଘାରପୁର ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଥିବା ବେଳେ ଝିଅ ଆହତ ହୋଇଛି। ଗୁରୁତର ମହିଳାଙ୍କୁ ଲଖନପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଛତିଶଗଡ଼ ଶକ୍ତି ଜିଲ୍ଲା ରେଡା ଗ୍ରାମର ନୋହରସାଏ ୱାରେନ ତାଙ୍କ ସ୍ତ୍ରୀ ଏବଂ ତିନି ବର୍ଷର ଝିଅ ସହ ବାଇକ ଯୋଗେ ଝାରସୁଗୁଡା ପଟୁ ନିଜ ଗାଁକୁ ଯାଉଥିଲେ। ପଞ୍ଚଗାଁ ପଟୁ ଝାରସୁଗୁଡା ପଟକୁ ଆସୁଥିବା ଏକ ଟ୍ରକ ସିଂଘାରପୁର ନିକଟରେ ତାଙ୍କୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ସ୍ୱାମୀ ନୋହରସାଏଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଦୁର୍ଘଟଣା ଘଟଣାଥିବା ଭାରିଯାନ ଡ୍ରାଇଭର ଫେରାର ଥିବାବେଳେ ଟ୍ରକକୁ ଲଖନପୁର ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.