Latest Odisha News

BREAKING NEWS

ପଦ୍ମପୁର ବାସୀଙ୍କୁ ଧୋକା ଦେଲେ ମୁଖ୍ୟମନ୍ତ୍ରୀ, ନୃସିଂହନାଥ ସଦବୁଦ୍ଧି ଦିଅନ୍ତୁ : ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଧୋକା ଦେଇ ଦେଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତରେ ଯାଇ ତିନି ତିନୋଟି ସଭା କରିଛନ୍ତି । ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି ସଭାରେ କହିଥିବା ବେଳେ ବିଜେପି ପ୍ରଦୀପ ପୁରୋହିତ କହିଛନ୍ତି ପଦ୍ମପୁରବାସୀଙ୍କୁ ଧୋକା ଦେଇ ଦେଲେ ମୁଖ୍ୟମନ୍ତ୍ରୀ ।

ପ୍ରଦୀପ ପୁରୋହିତ କହିଛନ୍ତି, ପଦ୍ମପୁର ଉପନିର୍ବାଚନ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ଭର୍ଚୁଆଲ୍ ମିଟିଂ କରିଥିଲେ । ସେଥିରେ ୮୦୦ କୋଟି ଟଙ୍କାର ପ୍ରକଳ୍ପ ନିର୍ବାଚନ ମଣ୍ଡଳୀରେ ହେଲା ବୋଲି କହିଥିଲେ । ପରବର୍ତ୍ତୀ ସମୟରେ ପଦ୍ମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା, ଚାଷୀଙ୍କୁ ୨ ଶହ କୋଟିର ଇନପୁଟ୍ ସବସିଡି, ବରଗଡ଼-ନୂଆପଡ଼ା ରେଳ ଲାଇନ୍ ଲାଗି ଜମି ଯୋଗାଣ, କେନ୍ଦୁପତ୍ର ତୋଳାଳିଙ୍କୁ ଶହେ ପ୍ରତିଶତ ବୋନସ, ଚାକିରି ସର୍ତ୍ତାବଳି ଆଦି ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ଦେଇଥିଲେ ।

କହିଥିଲେ, ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବା କଥା ବି କହିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା, ଆଜି ମୁଖ୍ୟମନ୍ତ୍ରୀ ପଦ୍ମପୁର ଧନ୍ୟବାଦ ଦେବା ଲାଗି ଆସିଥିଲେ । ଆଶା ଥିଲା ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ପଦ୍ମପୁର କେତେ ତାରିଖ ଭିତରେ ଏକ ସ୍ୱତନ୍ତ୍ର ଜିଲ୍ଲା ହେବ । ଗତଥର ସେ କହିଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ଜିଲ୍ଲା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଆଜି ପୁଣି କହିଲେ ବର୍ଷେ ଭିତରେ ହେବ । ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧୋକା ଦେଲେ ।

୨୦୦ କୋଟିର ଇନପୁଟ୍ ସବସିଡି ଘୋଷଣା କରିଥିଲେ । ୧ ପ୍ରତିଶତ ଚାଷୀ ବି ପାଇ ନାହାଁନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ସହାୟତା ମିଳୁନି । ଛାତ୍ରବୃତ୍ତି ପାଇଁ ଆବେଦନ ହୋଇଛି କିନ୍ତୁ ଟଙ୍କା ଆସୁନି କାହିଁକି ବୋଲି ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହି ପାରୁଛନ୍ତି କିନ୍ତୁ ନିଜେ କହିଥିବା କଥାକୁ କିଭଳି ଭୁଲି ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ରେଳ ଲାଇନ୍ କଥା ଉଠାଇ କହିଛନ୍ତି, ରାଜ୍ୟ ସରକାର ଜମି ଦେଲେ ଯାଇ ରେଲୱେ ବିଭାଗ କାମ ଆରମ୍ଭ କରିବ । କାହାକୁ ଭକୁଆ ବନାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ । ମୁଁ ପ୍ରାର୍ଥନା କରୁଛି ପ୍ରଭୁ ନୃସିଂହନାଥ ନବୀନ ବାବୁଙ୍କୁ ସଦବୁଦ୍ଧି ଦିଅନ୍ତୁ । ଯାହା ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ ପାଳନ କରନ୍ତୁ । ମୁଖ୍ୟମନ୍ତ୍ରୀ ଯେଉଁ ଧୋକା ଦେଇଛନ୍ତି ତାହା ପଦ୍ମପୁରବାସୀ ବରଦାସ୍ତ କରିବେ ନାହିଁ ।

Leave A Reply

Your email address will not be published.