ନୂଆଦିଲ୍ଲୀ: ସୋମବାର ଦିନ ଉଜବେକିସ୍ତାନର ତାସକେଣ୍ଟସ୍ଥିତ ଡୋଷ୍ଟଲିକ୍ ଷ୍ଟାଡିୟମ୍ରେ (Do’stlik Stadium in Tashkent, Uzbekistan,) ସିରିଆକୁ ୧-୦ ଗୋଲ୍ରେ ପରାସ୍ତ କରି ଭାରତ ନିଜର AFC U20 ଏସିଆନ୍ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟ ଅଭିଯାନର (AFC U20 Asian Cup 2027 Qualifiers )ଚମତ୍କାର ଶୁଭାରମ୍ଭ କରିଛି।
ଭାରତ ପାଇଁ ୮୬ତମ ମିନିଟରେ ସାମି ସିଙ୍ଗାମାୟୁମ୍ (Shami Singamayum)ନିର୍ଣ୍ଣାୟକ ଗୋଲ୍ ସ୍କୋର କରିଥିଲେ । ଏହା ଫଳରେ ଭାରତୀୟ ଦଳ ନିଜର ଗ୍ରୁପ୍-ବି ଅଭିଯାନରେ ବିଜୟୀ ଶୁଭାରମ୍ଭ କରିପାରିଛି । U19/U20 ବର୍ଗରେ ସିରିଆ ବିପକ୍ଷରେ ଭାରତର ଏହା ଥିଲା ପ୍ରଥମ ପ୍ରତିଯୋଗିତାମୂଳକ ବିଜୟ।
ମ୍ୟାଚ୍ର ଅଧିକାଂଶ ସମୟରେ ଭାରତକୁ ସିରିଆର କ୍ରମାଗତ ଆକ୍ରମଣର ମୁକାବିଲା କରିବାକୁ ପଡ଼ିଥିଲା, କିନ୍ତୁ ଦଳ ନିଜର ସନ୍ତୁଳନ ହରାଇ ନଥିଲା। ମ୍ୟାଚ୍ର ଶେଷ ମୁହୂର୍ତ୍ତ ଯାଏଁ ଭାରତ ନିଜର ସଂଯମତା ବଜାୟ ରଖିବା ସହ ନିଜର ଅଗ୍ରଣୀ ସ୍ଥିତିକୁ କାଏମ ରଖି ଏକ ସ୍ମରଣୀୟ ବିଜୟ ହାସଲ କରିଛି ।
Victory for the #BlueColts! 🤩
Shami Singamayum finds the late winner against Syria to start our #AFCU20 Qualifiers campaign with all three points. 💙#SYRIND #IndianFootball pic.twitter.com/Ix6lRiIteU
— Indian Football (@IndianFootball) August 31, 2026
ଭାରତ ଆଗାମୀ ଗୁରୁବାର (ସେପ୍ଟେମ୍ବର ୩) ଦିନ ନିଜର ଦ୍ୱିତୀୟ ଗ୍ରୁପ୍-ବି ମ୍ୟାଚ୍ରେ ଆୟୋଜକ ଉଜବେକିସ୍ତାନ ସହ ମୁକାବିଲା କରିବ। ଏହି ମ୍ୟାଚ୍ ଆଜିର ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ସ୍ଥାନରେ ହିଁ ଖେଳାଯିବ। ଏହାପରେ ଭାରତୀୟ ଦଳ ଆଗାମୀ ରବିବାର (ସେପ୍ଟେମ୍ବର ୬) ଦିନ ବାଂଲାଦେଶ ବିପକ୍ଷ ମ୍ୟାଚ୍ ସହିତ ନିଜର ଅଭିଯାନ ଶେଷ କରିବ।
ସୂଚନାଥାଉକି, ନିଜ ଗ୍ରୁପରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଦଳ ୨୦୨୭ AFC U-20 ଏସୀୟ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିବ।
ଭାରତୀୟ ପୁରୁଷ ଅଣ୍ଡର-୨୦ ଦଳ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିନାହିଁ। ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୬ ମସିହାରେ ଏଥିରେ ଅଂଶଗ୍ରହଣ କରିଥିଲେ, ଯେତେବେଳେ ଭାରତ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିଲା । କିନ୍ତୁ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲେ ଟିମ୍ ଇଣ୍ଡିଆ।
ଚୀନ୍ ଆସନ୍ତା ବର୍ଷ ମାର୍ଚ୍ଚ ୨୪ ରୁ ଅପ୍ରେଲ୍ ୧୦ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ।

