Latest Odisha News

BREAKING NEWS

ଆଫଗାନିସ୍ତାନ ବିପକ୍ଷ ସିରିଜ : ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭାବନା, ବୁମରାଙ୍କୁ ନେଇ ସସପେନ୍ସ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ ବିସିସିଆଇ ଚୟନ କମିଟି କିଭଳି ଦଳ ପ୍ରସ୍ତୁତ କରିବେ ସେ ନେଇ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ନୀତିଶ କୁମାର ରେଡ୍ଡୀ ଫିଟ ହୋଇଥିବା ଜଣାପଡିଛି । ଆଗାମୀ ମାସରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ ଦଳର ଚୟନ ଓ ଖେଳାଳିଙ୍କ ଫିଟ୍‌ନେସ୍‌କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ୫ ମାସର ବ୍ରେକ୍ ଓ ଆଘାତ ସମସ୍ୟାରୁ ମୁକ୍ତ ହୋଇ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜାତୀୟ ଦଳକୁ ଫେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଉଦୀୟମାନ ଅଲରାଉଣ୍ଡର ନିତୀଶ କୁମାର ରେଡ୍ଡୀ ସମ୍ପୂର୍ଣ୍ଣ ଫିଟ୍ ହୋଇସାରିଥିବା ବେଳେ ୱାଶିଂଟନ ସୁନ୍ଦର  ସେଣ୍ଟର ଅଫ୍ ଏକ୍ସଲେନ୍ସ ରୁ ଚୂଡ଼ାନ୍ତ ଫିଟ୍‌ନେସ୍ କ୍ଲିୟରାନ୍ସ ପାଇବା ନିକଟତର ଅଛନ୍ତି ।

‘ଟାଇମ୍ସ ଅଫ୍ ଇଣ୍ଡିଆ’ର ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ଓ ନିତୀଶ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ କଠିନ ଅଭ୍ୟାସ ଜାରି ରଖିଛନ୍ତି । ଗୋଡ଼ ଆଘାତରୁ ସୁସ୍ଥ ହେଉଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ଖେଳିବା ନେଇ ଏବେ ବି ଅନିଶ୍ଚିତତା ରହିଛି । ଆଗାମୀ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ବୋର୍ଡ ତାଙ୍କ ଉପରେ କୌଣସି ଚାପ ପକାଇବାକୁ ଚାହୁଁନାହିଁ । ବୁମରାଙ୍କୁ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା  ପାଇଁ ଦଳରେ ସାମିଲ କରାଯାଇଛି, ତେଣୁ ସେ ଟି୨୦ ସିରିଜ୍ ପରିବର୍ତ୍ତେ ଏସୀୟ କ୍ରୀଡ଼ା ମାଧ୍ୟମରେ କ୍ରିକେଟ୍‌କୁ ଫେରିପାରନ୍ତି । ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ପୁରୁଷ ସିନିୟର ସିଲେକ୍ସନ କମିଟି ଆଗାମୀ କିଛି ଦିନ ମଧ୍ୟରେ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିପାରେ ।

Leave A Reply

Your email address will not be published.