Latest Odisha News

ସିଂଘମ ଏଗେନରେ ଭିଲେନ ହେବେ ଅର୍ଜୁନ କାପୁର

ମୁମ୍ବାଇ: ବଲିଉଡର ହିଟ ଫ୍ରାଂଚାଇଜ ସିଂଘମର ପରବର୍ତୀ ପାର୍ଟ ସିଂଘମ ଏଗେନ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅଜୟ ଦେବଗନ, ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମରେ ଅର୍ଜୁନ କାପୁର ଭିଲେନ ଭୂମିକା କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାରେ ପ୍ରକାଶିତ ଖବର ଅନୁସାରେ ରୋହିତ ଶେଟ୍ଟୀ ଏହା ମାଧ୍ୟମରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ଲକ୍ଷ୍ୟରେ ରହିଛନ୍ତି । ରିପୋର୍ଟ ମୁତାବକ ସିଂଘମ, ସିମ୍ବା, ସୂର୍ଯ୍ୟବଂଶୀ ଓ ଲେଡି ସିଂଘମଙ୍କ ବିପକ୍ଷରେ ଅର୍ଜୁନ ହେବେ ଖଳନାୟକ । ଅନ୍ୟ ଫିଲ୍ମ ତୁଳନାରେ ରୋହିତ ଏହାକୁ ଆହୁରି ଭବ୍ୟ କରିବା ଲକ୍ଷ୍ୟରେ ରହିଛନ୍ତି ।

ଏହି ଆକ୍ସନ ଥ୍ରୀଲରରେ ଦର୍ଶକଙ୍କୁ ଅନେକ କିଛି ନୂଆ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି । ଫିଲ୍ମ ଖୁବ ଶୀଘ୍ର ଫ୍ଲୋରକୁ ଯିବ । ୨୦୨୪ରେ ଏହା ରିଲିଜ ହେବ ବୋଲି ସ୍ଥିର ହୋଇଛି । ସିଂଘମ ଏଗେନ ମାଧ୍ୟମରେ ରୋହିତ ବଲିଉଡର ନିଜ ସ୍ଥିତି ଆହୁରି ମଜଭୁତ କରିବାକୁ ଚାହିଁବେ । ସିଂଘମ, ସିଂଘମ ରିଟର୍ଣ୍ଣସ, ସିମ୍ବା ଓ ସୂର୍ଯ୍ୟବଂଶୀ ପରେ ରୋହିତଙ୍କ ଏହା ୫ମ ପୋଲିସ ଡ୍ରାମା ହେବ ।

Leave A Reply

Your email address will not be published.