Latest Odisha News

BREAKING NEWS

ସାମ୍ନାକୁ ଆସିଲା ହରପ୍ରୀତ ସିଂହ କଳା କାରନାମାର ଲମ୍ବା ଚିଠା: ପ୍ରମାଣ ସହ କାନାଡାକୁ ତଥ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଖଲିସ୍ଥାନ ଆତଙ୍କୀ ହରପ୍ରୀତ ସିଂହ ନିଜ୍ଜର ହତ୍ୟା ପରେ ଦିନକୁ ଦିନ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ହରପ୍ରୀତ ସିଂହଙ୍କ ହତ୍ୟାରେ ଭାରତୀୟ ଏଜେନ୍ସିର ହାତ ଅଛି ବୋଲି କାନାଡା ଅଭିଯୋଗ କରିଛି । ହେଲେ ଏ ଯାଏ କୌଣସି ପ୍ରମାଣ ଦେଇନି କାନାଡା । କାନାଡାର ଏପରି ଅଭିଯୋଗକୁ ଖଣ୍ଡନ କରି ଆସିଛି ଭାରତ । କାନାଡା ହରପ୍ରୀତ ସିଂହଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିବାବେଳେ ସେ ସରେରେ ଥିବା ଗୁରୁ ନାନକ ଗୁରୁଦ୍ୱାରର ଧାର୍ମିକ ମୁଖ୍ୟ ଥିଲେ ବୋଲି କହିଛି । ହେଲେ ଭାରତୀୟ ଗୁଇନ୍ଦା ସଂସ୍ଥା ହରପ୍ରୀତର କଳା କାରନାମାର ଲମ୍ବା ଚିଠା ସାମ୍ନାକୁ ଆଣିଛି । ଏହି ଚିଠା ପ୍ରମାଣ ସହ କାନାଡାକୁ ହସ୍ତାନ୍ତ କ

ଏଠି କହିରଖିବୁ, ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କୁ ୨୦୨୩  ଜୁନ ୮ ତାରିଖ ସନ୍ଧ୍ୟାରେ ଗୁରୁଦ୍ୱାର ସମ୍ମୁଖରେ ଅଜଣ ଆତତାୟୀ ଗୁଳି କରି ହତ୍ୟା କରିଥିଲେ ।  ୧୯୭୭ ନଭେମ୍ବର ୧୦ ତାରିଖରେ ଜନ୍ମିତ ହରଦୀପ ପଞ୍ଜାବ ଜଳନ୍ଧରର ଭାରସିଂହପୁର ମୂଳ ବାସିନ୍ଦା ଥିଲେ । ତାଙ୍କର ଆତଙ୍କୀ ସଂଗଠନ ସହ ସମ୍ପର୍କର ଏକ ଲମ୍ବା ଇତିହାସ ରହିଛି ।

୧୯୯୬ରେ ସେ ଭାରତରୁ କାନାଡା ପଳାଇଥିଲେ । ସେଠାରେ ଡ୍ରଗ୍ସ କଳାବଜାରୀ କରୁଥିଲେ । ସେ ଆତଙ୍କୀ ସଂଗଠନକୁ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ ।୨୦୧୨ରେ ସେ ପାକିସ୍ତାନ ବି ଯାଇଥିଲା ଏବଂ ସେଠାରେ ଆତଙ୍କୀ ଜଗତାର ସିଂହ ତାରା ସମ୍ପର୍କରେ ଆସିଥିଲା । ପାକିସ୍ତାନରେ ଜଗତାର ସିଂହର ସମର୍ଥନରେ ସେ ଅସ୍ତ୍ରଶସ୍ତ୍ର ଏବଂ ଆଇଇଡି ବିସ୍ଫୋରଣର ତାଲିମ ମଧ୍ୟ ନେଇଥିଲା । ଏହା ବ୍ୟତୀତ ନିଜ୍ଜର ଗୁରଦୀପ ସିଂହର ସହଯୋଗୀ ଥିଲା  । ଗୁରୁଦୀପ ପଞ୍ଜାବରେ ୨୦୦ରୁ ଅଧିକ  ହତ୍ୟା ମାମଲାରେ ସଂପୃକ୍ତ ରହିଛି ।

ତେବେ ହରଦୀପ ସିଂହଙ୍କୁ ୨୦୨୦ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଆତଙ୍କବାଦୀ ଘୋଷିତ କରାଯାଇଥିଲା । ହରଦୀପ କାନାଡାରେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷର ଶିବିର ଚଲାଉଥିଲା  । ସେଠାରେ ଲୋକଙ୍କୁ ସେ ଏକେ-୪୭, ସ୍ନାଇପର ରାଇଫଲ୍ସ, ପିସ୍ତଲ ଆଦି ଚଳାଇବାର ତାଲିମ ଦେଉଥିଲା ।

ହରଦୀପ ଟାର୍ଗେଟରେ ଥିବା ଲୋକଙ୍କୁ ହତ୍ୟା କରୁଥିଲା । ଏନଆଇଏ ୨୦୨୨ ଜୁଲାଇ ୨୨ ତାରିଖରେ ନିଜ୍ଜର ଉପରେ ୧୦ ଲକ୍ଷର ପୁରସ୍କାର ଘୋଷଣା କରିଥିଲା । ସେ ୨୦୧୪ରେ ପାକ ଆତଙ୍କୀ ଜଗଦୀପ ତାରାଙ୍କୁ ଆତଙ୍କୀ ଗତିବିଧି ସକ୍ରିୟ କରିବା ପାଇଁ ୧ ମିଲିୟନ ଟଙ୍କା ପଠାଇଥିଲା ।ସେହି ପରି ସିରସାରେ ଥିବା ଡେରା ସଚ୍ଚା ସୌଦା ଉପରକୁ ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ହେଲେ ଭାରତର ଭିସା ନ ମିଳିବାରୁ ଏହା ସଫଳ ହୋଇ ପାରି ନ ଥିଲା

Leave A Reply

Your email address will not be published.