Latest Odisha News

BREAKING NEWS

ପବିତ୍ର ରାଧାଷ୍ଟମୀ: ସନ୍ତାନ ପାଇବାକୁ ଚାହୁଁଥିଲେ ରାଧାଷ୍ଟମୀରେ କରନ୍ତୁ ରାଧା କୁଣ୍ଡରେ ସ୍ନାନ

ବାରଣାସୀ: ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ” ଭାବରେ ପାଳନ କରି ଥାଆନ୍ତି । ରାଧାଷ୍ଟମୀ ବ୍ରତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀରେ ପାଳନ କରାଯାଏ । କୁହାଯାଏ ସନ୍ତାନପାଇଁ ମହିଳା ମାନେ ଏହି ବ୍ରତ କରିଥାନ୍ତି । ତେବେ ଆଜି ଆମେ ଏପରି ଏକ ଯାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ରାଧାଷ୍ଟମୀଦିନ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ଵାସ କରାଯାଏ ।

ମଥୁରା ନଗରୀ ଠାରୁ ପ୍ରାୟ ୨୬ କିଲୋମିଟର ଦୂର ଗୋବର୍ଦ୍ଧନ ପରିକ୍ରମା ଠାରେ ରାଧାକୁଣ୍ଡ ନାମକ ଏକ ସ୍ଥାନ ରହିଛି । କୁହାଯାଏ ଏହି ପବିତ୍ର ସ୍ଥାନରେ ରାଧା ଓ ଶ୍ରୀକୃଷ୍ଣ ବାସ କରିଥାନ୍ତି । ରାଧା କୁଣ୍ଡ ସହିତ ଜଡିତ ରହିଛି କିଛି ତଥ୍ୟ । ଶ୍ରୀକୃଷ୍ଣ ଯେତେବେଳେ ଗୋବର୍ଦ୍ଧନରେ ଗୋ ଚାରଣ ଲୀଳା କରୁଥିଲେ ସେତେବେଳେ ଅରିଷ୍ଟାସୁର ନାମକ ଏକ ଅସୁର ଗୋବଂଶ ରୂପ ଧରି ଶ୍ରୀକୃଷ୍ଣଙ୍କ ଉପରେ ଆକ୍ରମଣ କରିଥିଲେ ଶ୍ରୀକୃଷ୍ଣ ତାକୁ ବଧ କରିଥିଲେ । ଅସୁର ଯେହେତୁ ଗୋବଂଶ ବେଶରେ ଥିଲେ ତେଣୁ ଶ୍ରୀକୃଷ୍ଣଙ୍କୁ ପାପ ଲାଗିବ ବୋଲି ରାଧା କହିଥିଲେ । ତେଣୁ ଶ୍ରୀକୃଷ୍ଣ ନିଜ ବାଂଶୁରୀରେ ଏକ କୁଣ୍ଡ ଖୋଳିଥିଲେ ଓ ସେଥିରେ ଗାଧୋଇଥିଲେ । ଠିକ୍‌ ତା ପାଖରେ ରାଧା ନିଜ ଚୁଡ଼ିରେ ଏକ କୁଣ୍ଡ ଖୋଳିଥିଲେ ଯାହାକୁ ରାଧା କୁଣ୍ଡ ବୋଲି କୁହାଯାଏ । କୁହାଯାଏ ଶ୍ରୀ ରାଧା କୃଷ୍ଣ ଏଠାରେ ମହାରାସ କରିଥିଲେ । ଶ୍ରୀକୃଷ୍ଣ ପ୍ରସନ୍ନ ହୋଇ ରାଧାଙ୍କୁ ବର ମାଗିବାକୁ କହିଥିଲେ । ଆଉ ସେତେବଳେ ରାଧା ଏହି ବର ମାଗିଥିଲେ କି ଯେଉଁ ମହିଳା କାର୍ତ୍ତିକ ମାସ ଆଶ୍ଵିନ ତିଥିରେ ରାଧା କୁଣ୍ଡରେ ସ୍ନାନ କରିବ ତାଙ୍କର ପୁତ୍ର ରତ୍ନ ନିଶ୍ଚୟ ପ୍ରାପ୍ତ ହେବ । ସେବେଠାରୁ ଏହି କୁଣ୍ଡରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୁଏ ବୋଲି ସ୍ଥାନୀୟ ଲୋକ କୁହନ୍ତି ।

 

 

Leave A Reply

Your email address will not be published.