Latest Odisha News

BREAKING NEWS

ଲଦାଖରେ ଶାନ୍ତି ଚାହୁଁନି ଚୀନ୍: ୮ଘଣ୍ଟା ଆଲୋଚନାରେ ଭାରତ ପ୍ରସ୍ତାବରେ ରାଜି ହେଲାନି

ନୂଆଦିଲ୍ଲୀ: ଲଦାଖଲରେ କଣ ଚାହୁଁଛି ଚୀନ୍ ? ସୀମା ବିବାଦକୁ ନେଇ ଭାରତ ସହ ଚାଲିଥିବା ସମସ୍ୟାର ସମାଧାନ ବୋଧେ ଚାହୁଁନି ଚୀନ୍ । ଗତକାଲି ବସିଥିଲା ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଏମିତି କିଛି ବୁଝା ପଡୁଛି । କାରଣ ଗତକାଲିର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ ।

ବିବାଦର ସମାଧାନ ପାଇଁ ଭାରତ ଦେଇଥିବା ପ୍ରସ୍ତାବରେ ସହମତ ହୋଇ ନଥିଲା ଚୀନ୍ । ଏଥିସହ ନିଜ ଆଡୁ ବି କୌଣସି ପ୍ରସ୍ତାବ ଦେଲାନାହିଁ । ଯାହା ଫଳରେ ସୀମା ବିବାଦ ଆଗକୁ କଣ ହେବ ତାକୁ ନେଇ ଏବେ ସସପେନ୍ସ । ଗତକାଲି ଭାରତ-ଚୀନ୍ ମଧ୍ୟରେ ୧୩ତମ କମାଣ୍ଡର ସ୍ତରୀୟ ବୈଠକ ଚୁଶୂଲ-ମୋଲଡୋରେ ବସିଥିଲା । ୮ ଘଣ୍ଟା ଧରି ଚାଲିଲା ମାରାଥନ୍ ଆଲୋଚନା । ସକାଳ ସାଢ଼େ ୧୦ଟାରୁ ଆଲୋଚନା ଆରମ୍ଭ ହୋଇ ପାଖାପାଖି ରାତି ୭ଟା ଯାଏ ଚାଲିଲା ।

ଭାରତ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସୀମାରେ ସୃଷ୍ଟି ବିବାଦର ସମାଧାନା ପାଇଁ ଗଠନମୂଳକ ପ୍ରସ୍ତାବ ଦିଆଯାଇଥିଲା । ଯେଉଁତିରେ ସହମତି ପ୍ରକାଶ କରି ନଥିଲା ଚୀନ୍ । ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ଅବଶିଷ୍ଟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାସ୍ତା ବାହାର କରିବ ବୋଲି ଆଶା ରଖିଛି ଭାରତ ।

ଆଲୋଚନା ବେଳେ ସୀମାରେ ଶାନ୍ତି ଓ ସ୍ଥିରତ ବଜାୟ ରଖିବା ଉପରେ ଭାରତ ଗୁରୁତ୍ୱ ଦେଇଥିଲା । ଗତବର୍ଷ ମେ’ ମାସରେ ଏଲଏସିର ଲଦାଖରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାରି ଭିତରେ ୧୩ଟି ପର୍ୟ୍ୟାୟରେ ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟର କମାଣ୍ଡରସ୍ତରୀୟ ଆଲୋଚନା ହୋଇଛି ।

Leave A Reply

Your email address will not be published.