Latest Odisha News

BREAKING NEWS

କୋରାପୁଟ: ବିଦ୍ୟୁତ ତାର ଛିଡି ଯାଇ ରେଳ ଚଳାଚଳ ବାଧାପ୍ରାପ୍ତ

ରାୟଗଡା : କୋରାପୁଟର ରାୟଗଡା ଅନ୍ତର୍ଗତ ଏକ ରେଳ ଲାଇନ ଉପରେ ବିଦ୍ୟୁତ ତାର ଛିଡି ପଡିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ ଭାଲୁମୁସ୍କା- ଲିଲିଗୁମା ମଧ୍ୟରେ ଥିବା ଏକ ରେଳୱେ ଲାଇନ ଉପରେ କୌଣସି କାରଣବଶତଃ ଅଚାନକ ବିଦ୍ୟୁତ ତାର ଛିଡି ପଡିଥିଲା । ଫଳରେ କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପକ୍ଷରେ ଏହା ଯୋଗୁଁ ବିଶାଖାପାଟଣା-କୋରାପୁଟ ଡିଏମୟୁ ଟ୍ରେନ ଟିକିରି ଠାରେ ଅଟକି ରହିଥିବା ବେଳେ ଭାଲୁମୁସ୍କାରେ ରାଉରକେଲା- କୋରାପୁଟ ଟ୍ରେନ ଅଟକି ରହିଥିବା ନେଇ ଜଣାପଡିଛି ।

ଏହାବ୍ୟତିତ ହୀରାଖଣ୍ଡ ଏକ୍ସପ୍ରେସ ମଧ୍ୟ ଶିକରପାଇ ଠାରେ ଅଟକି ରହିଛି । ତେବେ ଘଟଣାସ୍ଥଳରେ ଏକ ଟେକ୍ନିସଆନ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମରାମତି ଜାରି ରଖିଛି ।

Leave A Reply

Your email address will not be published.