Latest Odisha News

BREAKING NEWS

ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ଆସିପାରେ ଅକ୍ସଫୋର୍ଡ କୋଭିଡ-୧୯ ଟିକା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କର୍ମୀ ଏବଂ ବୟସ୍କଙ୍କ ଲାଗି ଅକ୍ସଫୋର୍ଡ କୋଭିଡ-୧୯ ଟିକା ଆସନ୍ତା ବର୍ଷ ଫେବୃଆରୀ ଏବଂ ସାଧାରଣ ଲୋକଙ୍କ ପାଇଁ ଏପ୍ରିଲ ସୁଦ୍ଧା ଆସିବାର ସମ୍ଭାବନା ରହିଛି ବୋଲି ଗୁରୁବାର ଦିନ କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ହେଉଥିବା ଟିକାର ଦୁଇଟି ଡୋଜର ମୂଲ୍ୟ ସର୍ବାଧିକ ୧୦୦୦ ଟଙ୍କାରୁ ଅଧିକ ହୋଇପାରେ। ଯଦିଓ ଏହା ପରୀକ୍ଷଣର ଅନ୍ତିମ ଫଳାଫଳ ଏବଂ ନିୟାମକଙ୍କ ମଞ୍ଜୁରୀ ଉପରେ ନିର୍ଭର କରୁଛି।

ଅଧିକ ପଢନ୍ତୁ- ବୟସ୍କଙ୍କ ଠାରେ ଅଧିକ ପ୍ରଭାବଶାଳୀ ଅକ୍ସଫୋର୍ଡ କରୋନା ଟିକା

ସେହିପରି ପୁନାୱାଲା ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ ୨୦୨୦ରେ କହିଛନ୍ତି ଯେ ୨୦୨୪ ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କୁ ଟିକା ମିଳିବାର ସମ୍ଭାବନା ରହିଛି।

ତେବେ “ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ଟୀକାକରଣ ପାଇଁ ପ୍ରାୟତଃ ଦୁଇ କିମ୍ବା ତିନି ବର୍ଷ ସମୟ ଲାଗିପାରେ‘‘ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.