Latest Odisha News

BREAKING NEWS

କୋଭିଡ୍ କଟକଣାରେ ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ତାରିଖ ଯାଏ ଚାଲିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନର ପ୍ରଥମ ଦିନରେ ଆଜି ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ। କୋଭିଡ୍ କଟକଣା ଓ ଗାଇଡଲାଇନ ଭିତରେ ଏହି ଅଧିବେଶନ ଅନୁଷ୍ଠିତ ହେବ ।

ଚଳିତ ଅଧିବେଶନ ବେଶ ସରଗରମ ହେବ । ସରକାରଙ୍କୁ ଘେରିବା ପାଇଁ ତୟାର ବିରୋଧୀ । ଅନେକ ପ୍ରସଙ୍ଗ ରହିଛି ବିରୋଧୀଙ୍କ ହାତରେ । ଉଭୟ ବୀରମିତ୍ରପୁର ଓ ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ, କଟକରେ ଲୁଟ୍, ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା ଭଳି ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିବେ କଂଗ୍ରସ ଓ ବିଜେପି ।

ନିଯୁକ୍ତି, ପାନୀୟ ଜଳ ସମସ୍ୟା, ଧାନ କିଣା ଓ କରୋନା ମୁକାବିଲାରେ ତ୍ରୁଟି ଆଦି ପ୍ରସଙ୍ଗକୁ ବି ବିରୋଧୀ ଉଠାଇବେ । ସରକାର ୧୦ଟି ବିଲ୍ ଆଣୁଥିବାରୁ ଅଧିବେଶନ ବେଶ୍ ପ୍ରଭାବୀ ରହିବ ‌ବୋଲି କୁହାଯାଉଛି ।

ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ଶନିବାର ଓ ରବିବାର ବି ଗୃହକାର୍ଯ୍ୟ ଚାଲିବ । ବରିଷ୍ଠ ବିଧାୟକ ଚାହିଁଲେ ଭିଡିଓ କନଫରେନ୍ସିଂରେ ଗୃହ କାର୍ଯ୍ୟରେ ସାମିଲ ହୋଇ ପାରିବେ । ଏହି ଅଧିବେଶନକୁ ସମ୍ପୂର୍ଣ୍ଣ ପେପରମୁକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଅଧିବେଶନରେ ୫ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି ।

Leave A Reply

Your email address will not be published.