Latest Odisha News

BREAKING NEWS

କଟକ: ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ : କଟକର କୁଆଖାଇ ନଦୀ ନିକଟସ୍ଥ ରେଳଧାରଣାରୁ ମଙ୍ଗଳବାର ସକାଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନଥିବା ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକମାନେ ମୃତଦେହ ପଡିଥିବା ଠାବ କରିଥିଲେ । ପରବର୍ତ୍ତୀ ସମୟରେ ଏସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ରେଳଧାରଣା ପାରି ହେଉଥିବା ବେଳେ କୌଣସି ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ତେବେ ଏଯାବତ୍ ତାଙ୍କ ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ଜଣାପଡିଛି ।

Leave A Reply

Your email address will not be published.