Latest Odisha News

BREAKING NEWS

ଦେଶରେ ଦେଢ଼ ଲକ୍ଷ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ଦେଢ଼ ଲକ୍ଷ ତଳକୁ ଦୈନିକ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୪୯ହଜାର ୩୯୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୩ ପ୍ରତିଶତ କମ୍ ପଜିଟିଭ୍ ବାହାରିଛନ୍ତି । ଦେଶରେ ଦୈନିକ ପଜିଟିଭ୍ ହାର ରହିଛି ୯.୨୭ ପ୍ରତିଶତ । ସାପ୍ତାହିକ ସଂକ୍ରମଣ ହାର ୧୨.୦୩ ପ୍ରତିଶତ ରହିଛି ।

୫ଟି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କେବଳ ୬୦ ପ୍ରତିଶତ ରହିଛି । କେରଳରୁ ସର୍ବାଧିକ ୪୨ହଜାର ୬୭୭ ପଜିଟିଭ୍ ବାହାରିଥିବା ବେଳେ କର୍ଣ୍ଣାଟକରୁ ୧୬ହଜାର ୪୩୬, ମହାରାଷ୍ଟ୍ରରୁ ୧୫,୨୫୨, ତାମିଲନାଡୁରୁ ୧୧ହଜାର ୯୯୩ ଓ ରାଜସ୍ଥାନରୁ ଚିହ୍ନଟ ହୋଇଛନ୍ତି ୮ହଜାର ୭୩ ଆକ୍ରାନ୍ତ ।କେବଳ କେରଳରୁ ମୋଟ୍ ସଂକ୍ରମିତଙ୍କର ୨୮ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି ।

୨୪ ଘଣ୍ଟାରେ ଦେଶରୁ କରୋନା ନେଇଛି ଆଉ ୧୦୭୨ ଜୀବନ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୪୬ହଜାର ୬୭୪ ଆକ୍ରାନ୍ତ । ଦେଶରେ ସୁସ୍ଥ ହାର ରହିଛି ୯୫.୩୯ ପ୍ରତିଶତ । ଏବେ ମୋଟ୍ ୧୪ଲକ୍ଷ ୩୫ହଜାର ୫୬୯ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.