Latest Odisha News

BREAKING NEWS

ମହିଳା ହକି: ଜାପାନକୁ ହରାଇ ଅଲିମ୍ପିକ ପ୍ରବେଶ ଲକ୍ଷ୍ୟରେ ରହିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସେମିଫାଇନାଲରେ ଜର୍ମାନୀ ନିକଟରୁ ପରାଜିତ ହୋଇଛି । ରୋମାଂଚକ ମୁକାବିଲାରେ ଭାରତ ପେନାଲ୍ଟି ଶୁଟଆଉଟରେ ୩-୪ ଗୋଲରେ ପରାଜିତ ହୋଇଥିଲା । ଏଥିସହ ଜର୍ମାନୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । ଫାଇନାଲରେ ଜର୍ମାନୀ ଓ ଆମେରିକା ମଧ୍ୟରେ ମୁକାବିଲା ହେବ । ଶୁକ୍ରବାର ଭାରତ ଓ ଜାପାନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ମୁକାବିଲା ହେବ । ଏହି ମ୍ୟାଚରେ ବିଜୟ ହାସଲ କରି ଭାରତ ଅଲିମ୍ପିକ ଯୋଗ୍ୟତା ପାଇଁ ଉଦ୍ୟମ କରିବି । ଜର୍ମାନୀ ବିପକ୍ଷ ମୁକାବିଲାରେ ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ ।

ଗୋଲକିପର ସବିତା ଭାରତ ପାଇଁ ୨ଟି ଗୋଲ ବଂଚାଇଥିଲେ । ସଙ୍ଗୀତା କୁମାରୀ ଓ ସୋନିକା ଗୋଲ ସ୍କୋର କରିବାରେ ବିଫଳ ହେବା ଭାରତ ପରାଜୟର କାରଣ ସାଜିଥିଲା । ଜର୍ମାନୀ ୧୫ତମ ଓ ୫୭ ତମ ମିନିଟରେ ଗୋଲ କରିଥିବା ବେଳେ ଭାରତ ୨୨ ଓ ୫୯ତମ ମିନିଟରେ ଗୋଲ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ଆମେରିକା ୨-୧ ଗୋଲରେ ଜାପାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।

Leave A Reply

Your email address will not be published.