Latest Odisha News

BREAKING NEWS

କମାଲ କଲା ସ୍ୱଦେଶୀ ରାକ୍ଷୀ, ଚୀନର କ୍ଷତି ହେଲା ୫୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ସ୍ୱଦେଶୀ ମନୋଭାବ ଯୋଗୁ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଭାରତୀୟ ବ୍ୟବସାୟୀମାନେ ଚୀନକୁ ଶକ୍ତ ଧକ୍କା ଦେଇଛନ୍ତି । ସ୍ୱଦେଶୀ ରାକ୍ଷୀ ଯୋଗୁ ଚୀନ ୫୦୦୦ କୋଟି ଟଙ୍କାର କ୍ଷତି ସହିଛି । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଚୀନରୁ ରାକ୍ଷୀ ନ ଆଣି ସ୍ୱଦେଶୀ ଶୈଳୀ ରାକ୍ଷୀ ବ୍ୟବସାୟ ଉପରେ ଗୁରୁତ୍ୱ ଦେଇଥିଲେ । ୪୦ ହଜାରରୁ ଅଧିକ ବ୍ୟପାରୀ ବିଭିନ୍ନ ମହିଳା ସଂଗଠନ ଓ ବସ୍ତି ଅଂଚଳରୁ ରାକ୍ଷୀ ଆଣି ସାରା ଦେଶରେ ବ୍ୟବସାୟ କରିଥିଲେ ।

ଏଥିରେ ଉଭୟ ଉପକୃତ ହେବା ସହ ଦେଶର ପଇସା ଦେଶରେ ରହିଥିଲା । ଖଦି, ସାଙ୍ଗନେରୀ, ଶସ୍ୟ, ଉଲ, ଝୋଟ, ସିଲକ, ଖଜୁର, ମୋତି, ଚା ପତ୍ର, ଷ୍ଟୋନ, ଫୁଲ ଓ ମୈଥୀଳୀ ଇତ୍ୟାଦି କଳାରେ ନିର୍ମିତ ରାକ୍ଷୀ ବେଶ ଚର୍ଚ୍ଚାରେ ରହିଥିଲା । ଏହା ବେଶ ଆଦୃତ ମଧ୍ୟ ହୋଇଥିଲା ।

Leave A Reply

Your email address will not be published.