Latest Odisha News

BREAKING NEWS

କୋଭିଡ୍‌-୧୯ ଟିକା ଉତ୍ପାଦନରେ ଭାରତ ସହ ମିଶିବ ମିଆଁମାର୍‌!

ନୂଆଦିଲ୍ଲୀ: କୋଭିଡ -୧୯ ଟିକା ର ମିଳିତ ବିକାଶ ଉପରେ ଭାରତ ଏବଂ ମିଆଁମାର ଆପୋସ ସହଯୋଗ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଆଲୋଚନା ଚଳିତ ସପ୍ତାହ ପ୍ରାରମ୍ଭରେ ଅନୁଷ୍ଠିତ ହୋଇଥିଲା।

ଅନଲାଇନରେ କୋଭିଡ -୧୯ର ବିକାଶରେ ସହଯୋଗର ସମ୍ଭାବନା ଉପରେ ଉଭୟ ଦେଶର ଅଧିକାରୀ ଆଲୋଚନା କରିଥିଲେ। ଏହି ଆଲୋଚନାରେ ମିଳିତ ଉତ୍ପାଦନ, ବଣ୍ଟନ ଏବଂ ଯୋଗାଣ ପ୍ରସଙ୍ଗ ଉଠାଯାଇଥିଲା।
ମିଆଁମାର ଗସ୍ତକୁ ନେଇ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ସୂଚନା ଦେଇଛନ୍ତି ଯେ ଟିକା ଭାଗିଦାରୀରେ ମିଆଁମାରକୁ ଭାରତ ପ୍ରାଧାନ୍ୟ ଦେବା ଉଚିତ। ଏଥିପାଇଁ ମିଆଁମାରର ରାଷ୍ଟ୍ରଦୂତ କୋଭିଡ ବିରୋଧ ଲଢେଇ ସହଯୋଗ ସମ୍ପର୍କରେ କହିଛନ୍ତି ଯେ ଟୀକା ବିକାଶରେ ମିଆଁମାର ଅଂଶଗ୍ରହଣ କରିବ ବୋଲି ଆମେ ଭାରତକୁ ସୂଚାଇ ଦେଇଛୁ। ମିଆଁମାରକୁ ଭାରତ ଏକ ମିଲିୟନ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର କୋଭିଡ ସହାୟତା ଯୋଗାଇ ଦେଇଛି।
କୋଭିଡ -୧୯ ସହ ଜଡିତ ଭାରତୀୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମରେ ମିଆଁମାରର ସ୍ୱ‌େଚ୍ଛାସେବୀମାନେ ପଞ୍ଜୀକୃତ କରାଇଛନ୍ତି। ସହଭାଗିତାର ଏହି ବୃଦ୍ଧି ଭାରତର ପ୍ରତିଷ୍ଠିତ ନୀତି ଅନୁଯାୟୀ ହୋଇଛି। ଭାରତ କହିଛି ଯେ ଏହି ଟିକା ସମସ୍ତ ମାନବ ଜାତିକୁ ସାହାଯ୍ୟ କରିବା ପାଇଁ ବ୍ୟବହାର କରାଯିବ। ମହାମାରୀ ସମୟରେ କେନ୍ଦ୍ର ସରକାର ପ୍ରାୟ ୧୫୦ ଦେଶକୁ କୋଭିଡ -୧୯  ଔଷଧ ପଠାଇଛନ୍ତି।

ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ମାଲଦ୍ୱୀପ, ନେପାଳ ଏବଂ ଶ୍ରୀଲଙ୍କା ଭଳି ପଡୋଶୀ ଦେଶରେ ଗବେଷଣା କ୍ଷମତାକୁ ମଜବୁତ କରିବାକୁ ଭାରତୀୟ ବୈଜ୍ଞାନିକ ଏବଂ ଅନୁସନ୍ଧାନ ଦଳ ମଧ୍ୟ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.