Latest Odisha News

ମାଗଣା ଟିକା ପ୍ରସଙ୍ଗ: ବିଜେପି ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: କରୋନା ଟିକା କିଣିବା ପାଇଁ ନିର୍ମାତାକାରୀ କମ୍ପାନୀ ସହ ରାଜିନାମା କରିଛନ୍ତି ଓଡ଼ିଶା ସରକାର । ଅଗ୍ରୀମ ୫ କୋଟି ଟଙ୍କା ଦିଆଯାଇଛି । ନିଜସ୍ୱ ଟଙ୍କାରେ ଭ୍ୟାକସିନ୍ କିଣିବେ ସରକାର । ଆଜି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କରୋନା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବି ବର୍ଷିଛନ୍ତି ।

କେନ୍ଦ୍ର ବିରୋଧରେ ପାତର ଅନ୍ତର ଅଭିଯୋଗ ଆଣି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ବିହାର ନିର୍ବାଚନ ବେଳେ ବିଜେପି ସେଠାରେ ମାଗଣାରେ ଲୋକଙ୍କୁ କରୋନା ଟିକା ଦେବାକୁ ପ୍ରତିଶ୍ରୁତି ଦେଇଛି । ଓଡ଼ିଶାବାସୀଙ୍କ ପାଇଁ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମାଗଣା ଟିକା ଦେବାକୁ କାହିଁକି ଘୋଷଣା କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଉତ୍ତର ମାଗିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଓଡ଼ିଶାବାସୀଙ୍କ ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଟିକା ପାଇଁ ନିର୍ମାତା କମ୍ପାନୀ ସହ ଚୁକ୍ତି ହୋଇଥିବା ବେଳେ ଅଗ୍ରୀମ ଟଙ୍କା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.