Latest Odisha News

BREAKING NEWS

ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି -୪ର ସଫଳ ପରୀକ୍ଷଣ

ପରମାଣୁ ସକ୍ଷମ ଏବଂ ଏହାର ଷ୍ଟ୍ରାଇକ୍ ସୀମା 4,000 କିଲୋମିଟର

ଭୁବନେଶ୍ବର: ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଆଜି ସନ୍ଧ୍ୟା ସାଢ଼େ ସାତଟା ସମୟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି- IV କ୍ଷେପଣାସ୍ତ୍ର ପରମାଣୁ ସକ୍ଷମ ଏବଂ ଏହାର ଷ୍ଟ୍ରାଇକ୍ ସୀମା 4,000 କିଲୋମିଟର ରହିଥିବା ଜଣାପଡିଛି ।

ଶତ୍ରୁପକ୍ଷକୁ ଚକମା ଦେବା ପାଇଁ ଏହି ଉନ୍ନତ ପରମାଣୁ ଶକ୍ତି ସଂପନ୍ନ ବୈଷୟିକ ଅଗ୍ନି- 4ର ପରୀକ୍ଷଣ ଦେଶପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା । କମାଣ୍ଡ ଅଧୀନରେ ବ୍ୟବହାରକାରୀଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ରର ଏକ ନିୟମିତ ପରୀକ୍ଷଣ ହୋଇଥିଲା ଯାହା କି ସଫଳ ହୋଇଥିବା କୁହାଯାଇଛି ।

ଏହି ପରୀକ୍ଷଣ ଆଶାନୁରୂପ ସଫଳତା ହାସଲ କରିଥିଲା । ଏହି କ୍ଷେପଣାସ୍ତ୍ର ଉତକ୍ଷେପଣର ସମସ୍ତ ପରିଚାଳନାଗତ ମାପଦଣ୍ଡ ସହିତ ପ୍ରଣାଳୀର ବିଶ୍ବସନୀୟତାକୁ ପ୍ରମାଣିତ କରିଥିଲା । ‘ଭରସାଯୋଗ୍ୟ ସର୍ବନିମ୍ନ ପ୍ରତିରକ୍ଷା’ କ୍ଷମତା ଧାରଣ ପାଇଁ ଭାରତର ନୀତିକୁ ଏହି ସଫଳ ପରୀକ୍ଷଣ ପୁନଃ ସୁନିଶ୍ଚିତ କରିଛି ।

Leave A Reply

Your email address will not be published.