Latest Odisha News

BREAKING NEWS

ବ୍ରାଜିଲକୁ ଠେଲି କରୋନା ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱରରେ ଭାରତ

ନୂଆଦିଲ୍ଲୀ: ଦେଶରେ ୪୨ ଲକ୍ଷ ଟପିଲା କରୋନା ପଜିଟିଭ୍ କେସ୍ । ୭୧ ହଜାରରୁ ଅଧିକ ଜୀବନ ଗଲାଣି । ସାରା ବିଶ୍ୱରେ କରୋନା ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱର ସ୍ଥାନକୁ ଉଠିଛି ଭାରତ । ତିନି ନମ୍ୱରକୁ ଖସିଛି ବ୍ରାଜିଲ୍ । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୩ । ବ୍ରାଜିଲରେ କରୋନା ସଂକ୍ରମିତ ହୋଇଛନ୍ତି ୪୧ ଲକ୍ଷ ୩୭ ହଜାର ୬୦୬ ।

କ୍ରମାଗତ ଦ୍ୱିତୀୟ ଦିନରେ ଦେଶରୁ ୯୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୯୦ ହଜାର ୮୦୨ ନୂଆ ସଂକ୍ରମିତ । ଏହାକୁ ମିଶାଇ ଦେଶରେ ପଜିଟିଭ୍ କେସ୍ ୪୨ ହଜାର ଟପିଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୪ ।

ଦେଶରେ ମହାମାରୀ ମାଡ଼ି ମାଡ଼ି ଚାଲିଛି । ମୁଣ୍ଡ ବି ନେଉଛି । ଗତ ୨୪ ଘଣ୍ଟାରେ ଆଉ ୧ ହଜାର ୧୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ମଲେଣି ୭୧ ହଜାର ୬୪୨ ଆକ୍ରାନ୍ତ । ଦେଶରେ ମୃତ୍ୟୁହାର ରହିଛି ୧.୭୦% ।

ଦେଶରେ ୩୨ ଲକ୍ଷ ୫୦ ହଜାର ୪୨୯ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ୮ ଲକ୍ଷ ୮୨ ହଜାର ୫୪୨ ସଂକ୍ରମିତ ।

Leave A Reply

Your email address will not be published.