Latest Odisha News

BREAKING NEWS

ବଢୁଛି ଆଶା: ଆଜିଠୁ କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବଢୁଛି ଆଶା । ଆଜିଠାରୁ କରୋନା ଟିକା କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେବାକୁ ଯାଉଥିବା ନେଇ ଗଣମାଧ୍ୟମରେ ସୂଚନା ମିଳିଛି ।

ସୂଚନାନୁସାରେ, ଆଇସିଏମଆର ଏବଂ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜିର ସହଭାଗିତାରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ ଏହି ଟିକା ବିକଶିତ ହୋଇଛି ।

ଏହି ଭ୍ୟାକ୍ସିନ ଦେବାର ୪ ଦିନ ପରେ ସ୍କ୍ରିନିଂ କରାଯିବ ବୋଲି ସୁତ୍ରରୁ ପ୍ରକାଶ । ପାଖାପାଖି ୩୮୦ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏହି କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ କରାଯିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.