Latest Odisha News

ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କଲେ ଶରଦ ପାୱାର

ମୁମ୍ବାଇ: ଏନସିପି ଅଧ୍ୟକ୍ଷ ଶରଦ ପାୱାର ଶନିବାର ଦଳର ବରିଷ୍ଠ ନେତା ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି ଘୋଷଣା କରିଛନ୍ତି ଶରଦ ପାୱାର ।

୧୯୯୯ ମସିହାରେ ପାୱାର ପି.ଏ ସାଙ୍ଗମାଙ୍କ ସହ ଏନସିପି ଗଠନ କରିଥିଲେ । ଆଜି ଅନ୍ୟତମ ଏନସିପି ନେତା ଅଜିତ ପାୱାରଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି ଶରଦ ପାୱାର । ଘୋଷଣା ପରେ ଅଜିତ ପାୱାର ଟ୍ୱିଟ୍ କରି ସମସ୍ତ କାର୍ଯ୍ୟକର୍ତ୍ତାକୁ ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି, ଆଶା ରହିଛି ସମସ୍ତେ ଦିଆଯାଇଥିବା ଦାୟିତ୍ୱକୁ ସଫଳତାର ନିର୍ବାହ କରିବେ ।

ଗତମାସରେ ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଯାହାକୁ ଦଳର ସଦସ୍ୟଙ୍କ ସହ ନେତା ଜୋରଦାର ବିରୋଧ କରିଥିଲେ । ପାୱାରଙ୍କ ଇସ୍ତଫା ପରେ ଦଳ ଏକ କମିଟି ଗଠନ କରିଥିଲା । ଯେଉଁ କମିଟି ଶରଦ ପାୱାରଙ୍କ ଇସ୍ତଫା ଅଗ୍ରାହ୍ୟ କରିବା ସହ ଅଧ୍ୟକ୍ଷ ରହିବା ସପକ୍ଷରେ ମତ ବାଢ଼ିଥିଲେ ।

Leave A Reply

Your email address will not be published.