Latest Odisha News

BREAKING NEWS

ମରକ୍କୋ ଭୂକମ୍ପରେ ୬୩୨ ମୃତ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ସବୁ ପ୍ରକାର ସହାୟତା ଯୋଗାଇଦେବ ଭାରତ

ଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ ହୋଇଛି  । ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ମିଳିଛି  । ଏହି ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ ଘଣ୍ଟାକୁ ଘଣ୍ଟା ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି  । ବର୍ତ୍ତମାନ ସୁଦ୍ଧା ୬୩୨ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୩୨୯ ଲୋକ ଆହତ ହୋଇଥିବା ସୂଚନା ମିଳିଛି  । ବହୁ ବଡ ବଡ କୋଠା ମଧ୍ୟ ଭୁଶୁଡି ପଡିଛି ।

ଭୂକମ୍ପ ସମୟରେ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବାବେଳେ, ଟେଲିଫୋନରେ ନେଟୱାର୍କ ମଧ୍ୟ କଟିଯାଇଥିଲା ।  ସମସ୍ତେ ଭୟବିତ ଅବସ୍ଥାରେ ଘର ବାହାରକୁ ବାହାରି ଆସିଥିଲେ । ଭୂକମ୍ପ ଅନେକଙ୍କୁ ବାସହରା କରିଦେଇଥିବାବେଳେ, ଯେଉଁମାନେ ବର୍ତି ଯାଇଛନ୍ତି ସେମାନେ ବି ଘର ଭିତରକୁ ଯିବାକୁ ସାହାସ କରିପାରୁନାହାନ୍ତି । ରାସ୍ତାକଡରେ ବସି ରହିଥିବାର ଦେଖିବାକୁ ମିଳିଛି । ତେବେ ଆଜି ପର୍ଯ୍ୟନ୍ତ ଏହା ଦେଶରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି ମରକ୍କୋ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି। ଏପଟେ ଜୋରସେୋରରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । କହିଛନ୍ତି ଏହି ଘଡିସନ୍ଧି ମୁହୁର୍ତ୍ତରେ ମୁଁ ସଦାସର୍ବଦା ମରକ୍କୋବାସୀଙ୍କ ସହିତ ରହିଛି  । ଯେଉଁମାନେ ନିଜ  ପ୍ରିୟଜନଙ୍କୁ ହରାଇଛନ୍ତି , ସେମାନଙ୍କ ପ୍ରତି ମୁଁ ଗଭୀର ସମ୍ବେଦନ ଜଣାଉଛି  । ଏବଂ ଏଥିରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ରହିଛି  ।

 

Leave A Reply

Your email address will not be published.