Latest Odisha News

BREAKING NEWS

ଗତ କାଲି ଠାରୁ ଆଜି କମିଲା କରୋନା ସଂକ୍ରମଣ; ସାପ୍ତାହିକ ସଂକ୍ରମଣ ୫.୩୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୧୧,୬୯୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ସେହିପରି ଦିନକରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେରଳରେ ପୁନଃ ଗଣନାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ସଂଖ୍ୟା ୬୬,୧୭୦ ହୋଇଛି।

ତେବେ ଗତକାଲି ଠାରୁ ଆଜି ସଂକ୍ରମଣ ହ୍ରାସ ହୋଇଛି। ଗତକାଲି ୧୨୫୯୧ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

ଅନ୍ୟପଟେ ବଢ଼ୁଥିବା ସଂକ୍ରମଣକୁ ଦେଖି ଟେଷ୍ଟିଂ ବଢ଼ାଯାଇଛି।  ୨୪ ଘଣ୍ଟାରେ ୨,୨୯,୭୩୨ ଜଣଙ୍କର ଟେଷ୍ଟ କରାଯାଇଥିବା ବେଳେ ଦୈନିକ ପଜିଟିଭ୍ ହାର ୫.୦୯ ପ୍ରତିଶତ ରହିଛି। ସେହିପରି ସାପ୍ତାହିକ ପଜିଟିଭ୍ ହାର ୫.୩୩କୁ ବଢିଛି।

କରୋନାରେ ଜାତୀୟ ସୁସ୍ଥ ହାର ମୋଟ ସଂକ୍ରମଣର ୯୮.୬୭ ପ୍ରତିଶତ ରହିଥିବା ବେଳେ ସକ୍ରିୟ ମାମଲା ୦.୧୫ ପ୍ରତିଶତ ରହିଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ୱେବ୍‌ସାଇଟ୍‌ର ସୂଚନା ଅନୁସାରେ, ଦିନକରେ ୧୦,୭୮୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୪,୪୨,୭୨,୨୫୬ ହୋଇଛି। ଯଦି ଟିକାକରଣ କଥା ଦେଖିବା ତେବେ ଦେଶରେ ବର୍ତ୍ତମାନ ସୁଧା ୨୨୦.୬୬ କୋଟି କୋଭିଡ୍ ଭ୍ୟାକ୍ସିନ ଡୋଜ୍ ଦିଆଯାଇ ସାରିଲାଣି। ତେବେ ଗତ ୨୪ ଘଣ୍ଟାରେ ୩,୬୪୭ ଭ୍ୟାକ୍ସିନ ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।   .

Leave A Reply

Your email address will not be published.