Latest Odisha News

BREAKING NEWS

ସାକ୍ଷୀ ଦେବାକୁ ଆସିଥିଲେ ମହିଳା; ଓକିଲ ବେଶରେ ଆସି କୋର୍ଟରେ ଗୁଳି ମାରିଦେଲେ ଦୁର୍ବୃତ

ନୂଆଦିଲ୍ଲୀ: କୋର୍ଟ ପରିସରରେ ଫୁଟିଲା ଗୁଳି। ଓକିଲ ବେଶରେ ଆସି ମହିଳାଙ୍କୁ ମାରିଲେ ଗୁଳି। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ମହିଳା। ଶୁକ୍ରବାର ଦିଲ୍ଲୀର ସାକେତ୍ ଜିଲ୍ଲା କୋର୍ଟରେ ଏଭଳି ଦୁର୍ଘଟଣା ଘଟିଛି।

ଦୁର୍ବୃତ ଜଣଙ୍କ ମହିଳାଙ୍କ ଉପରେ ୪ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଏଥିରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଖବର ପାଇଁ ପୁଲିସ କୋର୍ଟ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଗୁଳିରେ ଆହତ ହୋଇଥିବା ମହିଳା ଜଣଙ୍କ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନୀର। ସେ କୌଣସି ଏକ ମାମଲାରେ ଏକମାତ୍ର ସାକ୍ଷୀ ଥିଲେ। ଆଜି ସେ କୋର୍ଟକୁ ଉକ୍ତ ମାମଲାରେ ସାକ୍ଷୀ ଦେବାକୁ ଆସିଥିଲେ। ହେଲେ ଅପରାଧିମାନେ ତାଙ୍କୁ ଟାର୍ଗେଟ୍ କରି ଗୁଳି କରିଛନ୍ତି। ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.