Latest Odisha News

BREAKING NEWS

କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ ଲିଙ୍କ୍‌ରେ ବରଗଡ଼ରେ ୟୁପି ଏସଟିଏଫ

ବରଗଡ଼: ବରଗଡ ଭଟଲିରେ ଉତ୍ତର ପ୍ରଦେଶର ଏସଟିଏଫ। କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍ ବରଗଡ ଜିଲ୍ଲା ଆସି ଥାଇପାରେ ବୋଲି ଭାବି ୟୁପିର ଏସଟିଏଫ ରେଡ୍ କରିଛି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ ଖାନ୍ ନାମକ ବ୍ୟକ୍ତିଙ୍କୁ ୟୁପି ଏସଟିଏଫ ଜେରା କରୁଛି। ରାଜା ଖାନ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ରହିଛି। ମାଫିଆ ଡନ୍ ଅତିକ ଅହମ୍ମଦ ଓ ଅସରଫ ହତ୍ୟାର ଶିକାର ହେବା ପରେ ୟୁପି ପୋଲିସ ଗୁଡ୍ଡୁ ମୁସଲିମ୍ ଏବଂ ଅତିକର ପତ୍ନୀ ଶାଇସ୍ତାକୁ ଖୋଜୁଛି।

ମୋବାଇଲ ଟ୍ରାକିଂରୁ ଉଭୟ ଲିଙ୍କରେ ଥିବା ସୂଚନା ପାଇ ବରଗଡ଼ ଆସିଥିଲା ଏସଟିଏଫ୍। ଅତିକ୍‌ର ଘନିଷ୍ଠ ସହଯୋଗୀ ଗୁଡ୍ଡୁ ମୁସଲିମ୍। ଏହାପୂର୍ବରୁ ଗତକାଲି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ। ଗୁଡ୍ଡୁର ଶେଷ ଲୋକେସନ ପୁରୀ ରହିଥିବା ସୂଚନା ରହିଛି।

ୟୁପି ଏସଟିଏଫ୍ ଗୁଡ୍ଡୁର ଶେଷ ଲୋକେସନ ପୁରୀରୁ ପାଇଥିଲା। ଅତିକର ପୁଅ ଅସଦକୁ ଏନକାଉଣ୍ଟର ପରେ ଗୁଡ୍ଡୁ ଅଣ୍ଡରଗ୍ରାଉଣ୍ଡ ହୋଇଥିଲା। ଗୁଡ୍ଡୁକୁ ଖୋଜିବାକୁ ଯାଇ ତାର ଶେଷ ଲୋକେସନ ପାଇଥିଲା ଏସଟିଏଫ୍। ହେଲେ ଏସଟିଏଫ୍ ଟିମ୍ ପୁରୀ ପହଞ୍ଚିଲା ବେଳକୁ ଗୁଡ୍ଡୁ ଖସିଯାଇଥିଲା। ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ମୁଖ୍ୟ ସହଯୋଗୀ ଥିଲା ଗୁଡ୍ଡୁ ମୁସଲିମ ବୋମା ଭିଡ଼ିବା ଏବଂ ବିସ୍ଫୋରଣ ଘଟାଇବାରେ ମାହିର ଥିଲା ଗୁଡ୍ଡୁ। ଅନ୍ୟପଟେ ପୁରୀ ପୁଲିସ ଏପରି ଖବରକୁ ଖଣ୍ଡନ କରିଛନ୍ତି।

ଗୁଡ୍ଡୁ ମୁସଲିମ ଏପରି ଜଣେ ଅପରାଧୀ ଯିଏକି ବିଭିନ୍ନ ହତ୍ୟା ଘଟଣାରେ ସଂପୃକ୍ତି ରହିଛି। ସେ ଅନ୍ୟ ଅପରାଧୀଠୁ ଭିନ୍ନ। ସାଧାରଣ ଅପରାଧୀ ବନ୍ଧୁକ ଓ ଛୁରୀ ଆଦି ଧରି ଅପରାଧ କରୁଥିବା ବେଳେ ଗୁଡ୍ଡୁ ମୁସଲିମ୍ ସାଧାରଣ ବ୍ୟାଗରେ ବୋମା ଧରି ଯାଏ। ଆଉ ଯାହାକୁ ଟାର୍ଗେଟ କରେ ତା ଉପରକୁ ବୋମା ଫିଙ୍ଗିଥାଏ। ୟୁପି ଉମେଶ ପାଲ ହତ୍ୟାକାଣ୍ଡରେ ଗୁଡ୍ଡୁ ମୁସଲିମ ଅଭିଯୁକ୍ତ ରହିଛି। ସେ ବୋମା ଫିଙ୍ଗି ଏହି ଆଇନଜୀବୀଙ୍କୁ ହତ୍ୟା କରିଥିଲା।

ଅତିକର ମୃତ୍ୟୁ ପରେ ତାର ଅପରାଧ ସାମ୍ରାଜ୍ୟ ଯଦିଓ ଏବେ ଅତୀତ ହୋଇଯାଇଛି। କିନ୍ତୁ ଏବେ ତାର ଲିଗାସିକୁ ଆଗକୁ ନେବା ପାଇଁ ଅତିକର ପତ୍ନୀ ଶାଇସ୍ତା ଓ ଗୁଡ୍ଡୁ ମୁସଲିମ୍ ପ୍ରୟାସ କରିପାରନ୍ତି। ଉଭୟ ଏବେ ଏକାଠି ଥିବା ସୂଚନା ରହିଛି। ଆଉ ୟୁପି ଏସଟିଏଫକୁ ଚକମା ଦେବାକୁ ଯାଇ  ନିଜ ଅନୁଗତ ମାନଙ୍କୁ ନିଜର ଭିନ୍ନ ଭିନ୍ନ ମୋବାଇଲ ଦେଇ ଚକମା ଦେବାକୁ ପ୍ରୟାସ କରୁଥିବା ମଧ୍ୟ ସୂଚନା ରହିଛି।

Leave A Reply

Your email address will not be published.