Latest Odisha News

BREAKING NEWS

ଆର୍ମସ୍‌ ଲାଇସେନ୍ସ ମାମଲାରେ ଆଶ୍ୱସ୍ତି ପରେ ପ୍ରଶଂସକଙ୍କୁ ଧନ୍ୟବାଦ ଦେଲେ ସଲ୍‌ମାନ

ନୂଆଦିଲ୍ଲୀ: କଳା ହରିଣ ଶିକାର ମାମଲା ସହ ଜଡିତ ଆର୍ମସ୍‌ ଲାଇସେନ୍ସ ମାମଲାରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ଯୋଧପୁରର ଜିଲ୍ଲା ଓ ଅଧିବେଶନ କୋର୍ଟ ଗୁରୁବାର ସଲମାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ସଲମାନ ଖାନ ଆର୍ମସ ଆକ୍ଟ ସମ୍ବନ୍ଧରେ ଏକ ଭୁଲ ପ୍ରମାଣପତ୍ର ଦାଖଲ କରିଛନ୍ତି।

କୋର୍ଟଙ୍କ ନିଷ୍ପତ୍ତି ପରେ ଅଭିନେତା ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ତାଙ୍କ ପୋଷ୍ଟ ମାଧ୍ୟମରେ ତାଙ୍କର ପ୍ରେମ ଏବଂ ସମର୍ଥନ ପାଇଁ ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଲମାନ ଖାନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଏହା ଉପରେ ମନ୍ତବ୍ୟ ଦେଇ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ବାସ୍ତବରେ ସଲମାନ ଖାନ ଆର୍ମସ ଲାଇସେନ୍ସ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ବଡ଼ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ବେଶ୍‌ ସୁନ୍ଦର ମଧ୍ୟ ଦିଶୁଛନ୍ତି।ଫଟୋରେ ଆପଣ ଦେଖିପାରିବେ ଯେ ସଲମାନ କଳା ରଙ୍ଗର ସୁଟ ପିନ୍ଧିଛନ୍ତି।

ଏହି ଫଟୋରେ ସେ ଷ୍ଟାଇଲରେ ପୋଜ୍ ଦେଉଥିବା ମଧ୍ୟ ନଜର ଆସିଛନ୍ତି। ଏହି ଫଟୋ ସଲମାନ ତାଙ୍କ ପ୍ରଶଂସକଙ୍କୁ ଉତ୍ସର୍ଗ କରିଛନ୍ତି। ସଲମାନଙ୍କ ଏହି ସୁଟ୍ ବୁଟ୍ ଲୁକ୍ ତାଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି।

ଏହି ଫଟୋ ସେୟାର କରି ସଲମାନ ଏହାର କ୍ୟାପସନରେ ଲେଖିଛନ୍ତି, ‘ତୁମର ସମସ୍ତ ପ୍ରେମ, ସମର୍ଥନ ଏବଂ ଚିନ୍ତା ପାଇଁ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ। ନିଜ ଏବଂ ପରିବାରର ଯତ୍ନ ନିଅ। ଭଗବାନ ମଧ୍ୟ ତୁମକୁ ଆଶୀର୍ବାଦ କରନ୍ତୁ ଏବଂ ମଙ୍ଗଳ କରନ୍ତୁ…।

ସଲମାନ ଖାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏହି ଫଟୋକୁ ୧୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏଥି ସହିତ ପ୍ରଶଂସକମାନେ ମଧ୍ୟ କ୍ରମାଗତ ଭାବରେ ଏହା ଉପରେ ମନ୍ତବ୍ୟ ଦେଉଛନ୍ତି।

Leave A Reply

Your email address will not be published.