Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୧୫ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୯ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ କରୋନା ସଂକ୍ରମଣ । ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରେ ୭ ଲକ୍ଷରୁ ଅଧି କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୫ହଜାର ୨୨୩ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧୯ହଜାର ୯୬୫ ସଂକ୍ରମିତ ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୬ଲକ୍ଷ ୧୦ହଜାର ୮୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୧କୋଟି ୨ଲକ୍ଷ ୬୫ହଜାର ୭୦୬ ଆକ୍ରାନ୍ତ । ମୋଟ୍ ସୁସ୍ଥ ହାର ରହିଛି ୯୬.୭୫% । ଏବେ ଦେଶରେ ୧ଲକ୍ଷ ୯୨ହଜାର ୩୦୮ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ନେଇଛି ଆଉ ୧୫୧ ଆକ୍ରାନ୍ତଙ୍କ ଜୀବନ । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୨ହଜାର ୮୬୯କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୪% ।

Leave A Reply

Your email address will not be published.