Latest Odisha News

BREAKING NEWS

କରୋନାର ଲମ୍ବା ଲମ୍ଫ: ଦେଶରେ ଦିନକରେ ସଂକ୍ରମଣ ବଢ଼ିଲା ୨୧%

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମାଡ଼ି ମାଡ଼ି ଚାଲିଛି କରୋନା ସଂକ୍ରମଣ । ଦୈନିକ କେସ୍ ଅଚାନକ ଭାବରେ ବଢୁଛି । ଓମିକ୍ରନ୍ ଭାରିଆଣ୍ଟ ପରେ ଦେଶରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୫୫୩ ନୂଆ ଆକ୍ରାନ୍ତା । ଯାହାକି ଗତକାଲି ଅପେକ୍ଷା ୨୧ ପ୍ରତିଶତ ଅଧିକ ।

ମହାରାଷ୍ଟ୍ରରୁ ସର୍ବାଧିକ ୯ହଜାର ୧୭୦ ପଜିଟିଭ୍ ବାହାରିଛନ୍ତି । ପଶ୍ଚିମବଙ୍ଗରେ ଲମ୍ବା ଲମ୍ଫ ମାରୁଛି କରୋନା । ଗତ ୨୪ ଘଣ୍ଟାରେ ସେଠାରୁ ଚିହ୍ନଟ ହୋଇଛନ୍ତି ୪ହଜାର ୫୧୨ ସଂକ୍ରମିତ । କେରଳରୁ ୨ହଜାର ୪୩୫, ଦିଲ୍ଲୀରୁ ୨ହଜାର ୭୧୬ ଓ ତାମିଲନାଡୁରୁ ଚିହ୍ନଟ ହୋଇଛନ୍ତି ଆଉ ୧୪ଶଙ ୮୯ ଆକ୍ରାନ୍ତ ।

ଗତ ୨୪ ଘଣ୍ଟାରେ ଦେଶରୁ କରୋନା ନେଇଛି ଆଉ ୨୮୪ ଆକ୍ରାନ୍ତଙ୍କ ଜୀବନ । ୯ହଜାର ୨୪୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ଆକ୍ଟିଭ୍ କେସ୍ ରହିଛି ୧ଲକ୍ଷ ୨୨ହଜାର ୮୦୧ ।

ସପ୍ତାହେ ଭିତରେ ଭାରତରେ ସଂକ୍ରମଣ ଅଚାନକ ବଢ଼ିଛି । ଡିସେମ୍ୱର ୨୭ ତାରିଖରେ ଦେଶରୁ ଚିହ୍ନଟ ହୋଇଥିଲେ ୬ହଜାର ୫୩୧ ପଜିଟିଭ୍ । ୨୮ ତାରିଖରେ ୬ହଜାର ୩୫୮, ୨୯ ତାରିଖରେ ଏହି ସଂଖ୍ୟା ବଢ଼ି ୯ହଜାର ୧୯୫ ହୋଇଥିଲା ।

୩୦ ତାରିଖରେ ସାରା ଦେଶରୁ ୧୩ହଜାର ୧୫୪ କରୋନାରେ ସଂକ୍ରମିତ ହୋଇଥିଲେ । ୩୧ ତାରିଖରେ ଏହି ସଂଖ୍ୟା ଥିଲା ୧୬ହଜାର ୭୬୪ । ଗତକାଲି ୨୨ହଜାର ୭୭୫ କରୋନା ସଂକ୍ରମିତ ବାହାରିଥିଲେ । ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୭ହଜାର ପାର କରିଛି ।

Leave A Reply

Your email address will not be published.