Latest Odisha News

BREAKING NEWS

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ ଭିତରକନିକାରେ କୁମ୍ଭୀର ଗଣନା ରବିବାରଠାରୁ କରାଯିବ । ଆଜିଠୁ ୧୧ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ଭିତରକନିକା ବନ୍ଦ ରହିବ ।

ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ ନାଳ ଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କରାଯିବ । ଦିନ ଓ ରାତି ସମୟରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ରହିଛି । ମୋଟ୍ ୨୨ଟି ଟିମ୍, ୫୨ଟି ସେଗେମେଣ୍ଟ ସାହାଯ୍ୟରେ ବଉଳା କୁମ୍ଭୀର ଗଣନା କରିବେ । ଡ଼କ୍ଟର ସୁଧାକର କରଙ୍କ ନେତୃତ୍ୱରେ ଗଣନା କରାଯିବ ।

Leave A Reply

Your email address will not be published.