Latest Odisha News

BREAKING NEWS

ଦେଶରେ ଲକ୍ଷେ ୩୮ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ନିୟନ୍ତ୍ରଣ ଭିତରେ ରହିଛି । ଯଦିଓ ନିର୍ଦ୍ଦିଷ୍ଟ ଭାବରେ କିଛି ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୬ହଜାର ୬୦୪ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୯୯ହଜାର ୪୨୪କୁ ବୃଦ୍ଧି ପାଇଛି ।

ପୁଣି ଥରେ ଦୈନିକ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାର କରିଛି । ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୫୦୧ ଆକ୍ରାନ୍ତ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୩୮ ହଜାର ୧୨୨ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୧.୪୫% ।

ଏଥିସହ ପଢନ୍ତୁ: ଏମିତି ବି ଆସେ ମୃତ୍ୟୁ: ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ, ୮ ମୃତ

ଆଶ୍ୱସ୍ତି ଆଣି ଦେଉଛି ସୁସ୍ଥହାର । ଏବେ ଦୈନିକ ଅଧିକ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରୁଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୩ହଜାର ୬୨ ଆକ୍ରାନ୍ତ । ମୋଟ୍ ସୁସ୍ଥସଂଖ୍ୟା ୮୯ଲକ୍ଷ ୩୨ହଜାର ୬୪୭କୁ ବୃଦ୍ଧି ପାଇଛି । ଏବେ ଦେଶରେ ୪ଲକ୍ଷ ୨୮ହଜାର ୬୪୪ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.