Latest Odisha News

BREAKING NEWS

କମୁଛି କରୋନା କେସ୍: ୨୪ ଘଣ୍ଟାରେ ଦେଶରୁ ୪୧ ହଜାର ଆକ୍ରାନ୍ତ, ୪୪୭ ମୃତ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମିବାରେ ଲାଗିଛି ଦୈନିକ କରୋନା କେସ୍ । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ଏବେ ଦୈନିକ ୫୦ ହଜାରରୁ କମ୍ ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୧ ହଜାର ଶହେ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୧୪ ହଜାର ୫୭୯କୁ ବୃଦ୍ଧି ପାଇଛି ।

କରୋନା ମୃତ୍ୟୁସଂଖ୍ୟା ବଢୁଥିଲେ ବି ଦୈନିକ ଡେଥ୍ କେସ୍ ସାମାନ୍ୟ କମିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୪୭ ଆକ୍ରାନ୍ତଙ୍କ ଜୀବନ ନେଇଛି । କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୯ ହଜାର ୬୩୫ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୭% ।

ଦେଶରେ ୫ ଲକ୍ଷ ତଳେ ରହିଛି କରୋନା ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୪୨ ହଜାର ୧୫୬ ଆକ୍ରାନ୍ତ । ଦେଶରେ କରୋନାରୁ ୮୨ ଲକ୍ଷ ୫ ହଜାର ୭୨୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ରହିଛି ୯୩ ପ୍ରତିଶତ । ବର୍ତ୍ତମାନ ୪ ଲକ୍ଷ ୭୯ ହଜାର ୨୧୬ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.