Latest Odisha News

BREAKING NEWS

ଦେଶରେ ବଢିଲା: ଦିନକରେ ୪୫,୫୭୬ କରୋନା ଆକ୍ରାନ୍ତ, ୫୮୫ ମୃତ

ନୂଆଦିଲ୍ଲୀ: ଶୀତ ଦିନ ଆସିଲାଣି । ଦେଶରେ ବଢିଲାଣି କରୋନା କାୟା । ୩୦ ହଜାର ୪୦ ହଜାର ତଳକୁ ଦୈନିକ କେସ୍ କମିଥିଲା । ଏବେ ପୁଣି ଥରେ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୫୭୬ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ପଜିଟିଭ୍ କେସ୍ ୮୯ ଲକ୍ଷ ୫୮ ହଜାର ୪୮୪କୁ ବୃଦ୍ଧି ପାଇଛି ।

ବଢୁଛି ମହାମାରୀ ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୫୮୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୧ ହଜାର ୫୭୮ରେ ପହଞ୍ଚିଛି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୪୭% ।

କରୋନା ଲଢ଼େଇ ଭିତରେ ଆଶ୍ୱସ୍ତିକର ଖବର ହେଉଛି ପ୍ରତିଦିନ ବଢୁଛି ସୁସ୍ଥ ସଂଖ୍ୟା । ଦେଶରେ ମୋଟ୍ ୮୩ ଲକ୍ଷ ୮୩ ହଜାର ୬୦୨ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୪୮ ହଜାର ୪୯୩ ଆକ୍ରାନ୍ତ । ସୁସ୍ଥହାର ୯୩.୫୮% ରହିଛି । ଦେଶରେ ଆକ୍ଟିଭ୍ କେସ୍ ୪ ଲକ୍ଷ ୪୩ ହଜାର ୩୦୩କୁ ଖସିଛି ।

Leave A Reply

Your email address will not be published.